ଭବିଷ୍ୟବାଣୀ କରିଥାଏ ଏହି ବୃକ୍ଷ ! ଜାଣନ୍ତୁ କେମିତି

ଗାନ୍ଧୀନଗର: ଗଛ ବି କରିପାରେ ଭବିଷ୍ୟବାଣୀ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗୁଜୁରାଟର ଏକ ମନ୍ଦିରରେ ଥିବା ଏହି ବୃକ୍ଷକୁ ଦେଖି ଲୋକେ ଭବିଷ୍ୟତ ବିଷୟରେ ଅନୁମାନ କରିଥାଆନ୍ତି ।

ଏହି ବୃକ୍ଷଟି ଗୁଜୁରାଟର ବାଗଡ ଅଞ୍ଚଳର ଗାଲିୟାକୋଟସ୍ଥିତ ଶୀତଲା ମାତାଙ୍କ ମନ୍ଦିର ପ୍ରାଙ୍ଗଣରେ ରହିଛି। ଏହାର ଏକ ବିଶେଷତ୍ୱ ହେଲା, ଏହି ମନ୍ଦିରର ଛାତ ନାହିଁ । ମନ୍ଦିରର ପ୍ରାଙ୍ଗଣରେ ଥିବା ବୃକ୍ଷକୁ ଦେଖି ପଣ୍ଡିତମାନେ ଭବିଷ୍ୟତ ବିଷୟରେ ଅନୁମାନ କରିଥାଆନ୍ତି । ମୁଖ୍ୟତଃ ବର୍ଷା ହେବ କି ନାହିଁ ଏହି ବିଷୟରେ ବୃକ୍ଷଟି ସୂଚନା ଦେଇଥାଏ । ଶୀତଲା ମାତା ମନ୍ଦରରେ ମାତା ଶୀତଲାଙ୍କ ମୁଖ୍ୟ ମୂର୍ତ୍ତିର ଠିକ୍‌ ପଛରେ ବୃକ୍ଷ ପାଇଁ ଏକ ସ୍ଥାନ ରହିଛି । ସେହି ସ୍ଥାନରେ ବର୍ଷା ସମୟରେ ଏକ ଛୋଟ ବୃକ୍ଷ ଦେଖାଯାଇଥାଏ । ସ୍ଥାନୀୟ ଭାଷାରେ ଏହି ବୃକ୍ଷକୁ ‘ହୁରଣ’ କୁହାଯାଏ ।

TripAdvisor

ପ୍ରତିବର୍ଷ ଆଷାଢ ମାସରେ ଏହି ସ୍ଥାନରେ ଆପେ ଆପେ ଏହି ଗଛ ହୋଇଥାଏ । ଗଛଟିର ବୃଦ୍ଧି ଦେଖି ଭବିଷ୍ୟତରେ ବର୍ଷା ହେବ କି ନାହିଁ ଜାଣିହୁଏ । ଆଶ୍ଚର୍ଯ୍ୟର କଥା ହେଲା, ଏହି ଗଛ ଦୁର୍ଗାପୂଜା ସମୟରେ ଲୁପ୍ତ ହୋଇଯାଏ । ଚାରିମାସ ବଞ୍ଚି ରହୁଥିବା ଏହି ବୃକ୍ଷ ଗାଁ ଲୋକଙ୍କୁ ଭବିଷ୍ୟତ ବିଷୟରେ ସୂଚନା ଦେଇଯାଇଥାଏ । ଯେତେବେଳେ ଭବିଷ୍ୟତରେ କିଛି ଭଲ ହେବାର ନଥାଏ, ଏହି ଗଛ ଶୁଖିଯାଇଥାଏ । ଏହି ବୃକ୍ଷକୁ ଦେଖିବାକୁ ଗୁରୁରାଟର ବିଭିନ୍ନ ଅଞ୍ଚଳରୁ ଲୋକ ଆସନ୍ତି । ମନ୍ଦିର ପୁରୋହିତଙ୍କ କହିବା ଅନୁସାରେ ବହୁ ବର୍ଷ ହେବ ଏହି ସ୍ଥାନରେ ଗଛ ଏମିତି ପ୍ରତିବର୍ଷ ଉଠେ ଓ ତା’ପରେ ଶୁଖିଯାଏ । ଯାହା ଆଗାମୀ ବର୍ଷର ବର୍ଷା ହେବ କି ନାହିଁ ସେ ବିଷୟରେ ସୂଚନା ଦେଇଥାଏ ।

ସମ୍ବନ୍ଧିତ ଖବର