ଅମ୍ବାନୀଙ୍କ ‘ଆଣ୍ଟାଲିଆ’ ପରେ ଚର୍ଚ୍ଚାରେ ଈଶାଙ୍କ ‘ଗୁଲିତା’, ଜାଣନ୍ତି କି ଅମ୍ବାନୀ ତନୟାଙ୍କ ବିଳାସମୟ ବାସଭବନ ସଂପର୍କରେ କିଛି?

ମୁମ୍ବାଇ: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ଘର ‘ଆଣ୍ଟାଲିଆ’ ସଂପର୍କରେ ଆପଣ ଅନେକ କିଛି ଜାଣିଥିବେ ନିଶ୍ଚୟ। ମାତ୍ର ମୁକେଶଙ୍କ ଅଲିଅଳୀ ଝିଅ ଈଶା ଅମ୍ବାନୀ ଓ ତାଙ୍କ ସ୍ୱାମୀ ଆନନ୍ଦ ପିରାମିଲ୍‌ଙ୍କ ଘର ସଂପର୍କରେ କିଛି ଜାଣନ୍ତି କି?

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଈଶାଙ୍କ ଘରର ନାମ ହେଉଛି ‘ଗୁଲିତା’। ମୁମ୍ବାଇର ଓ୍ଵର୍‌ଲିଠାରେ ଥିବା ସମୂଦ୍ରମୁଖୀ ଏହି ଘରର ଦାମ ୪୫୦ କୋଟି ଟଙ୍କା।

 

ଏହି ଘରଟିକୁ ପିରାମଲ୍‌ ପରିବାର ୬ ବର୍ଷ ତଳେ କିଣିଥିଲେ। ଈଶାଙ୍କ ଘରର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିବା ପରେ ଏହା ବେଶ୍‌ ଚର୍ଚ୍ଚା ପାଲଟିଛି।

 

ଜାଣିବାକୁ ମିଳିଛିରେ ଈଶାଙ୍କ ଘରର ଅଧିକାଂଶ ସାଜସଜା ସାମଗ୍ରୀ ବିଦେଶୀ। ଈଶାଙ୍କ ରୁମ୍‌ ଓ ହଲ୍‌କୁ ବେଶ୍‌ ନିଅରା ଢଙ୍ଗରେ ସଜାଯାଇଛି।

ସମ୍ବନ୍ଧିତ ଖବର