‘ସରକାର ମୋର କୌଣସି କଥା ଶୁଣି ନଥିବାରୁ ଆଠମାସର ସନ୍ତାନକୁ ବିକ୍ରି କରିବାକୁ ବାଧ୍ୟ ହେଲି’

ଅଗରତଲା: ତ୍ରିପୁରାରେ ପରିବାରର ଗୁଜୁରାଣ ମେଣ୍ଟାଇପାଇଁ ଜଣେ ବ୍ୟକ୍ତି ତାଙ୍କ ଆଠମାସର ଏକ କନ୍ୟା ସନ୍ତାନକୁ ୨୦୦ଟଙ୍କାରେ ବିକ୍ରି କରିଥିବା ଭଳି ଏକ ଅଭାବନୀୟ ଘଟିଛି। ଏହି ଘଟଣା ପୂର୍ବରୁ ତ୍ରିପୁରାରେ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଦକ୍ଷିଣ ମହାରାଣୀପୁରର ସରାଟ ଚନ୍ଦ୍ର ଏଡିସି ଗ୍ରାମରେ ଗରିବ କର୍ଣ୍ଣ ଦେବବର୍ମା ବସବାସ କରନ୍ତି। ସେ ଓ ତାଙ୍କ ପରିବାରର ଅନ୍ୟମାନେ ଅର୍ଥ ଅଭାବରୁ ଅନେକ ଦିନ ହେବା ଖାଇବାକୁ ପାଇ ନଥିଲେ। ଶେଷରେ ସେ ନିଜର ଆଠମାସର କନ୍ୟା ସନ୍ତାନକୁ ବିକ୍ରି କରି ୨୦୦ଟଙ୍କା ଆଣି ପରିବାରର କ୍ଷୁଧା ମେଣ୍ଟାଇଥିଲେ।

ଦେବବର୍ମା କହନ୍ତି, ମୋର ଏହି ଦାରିଦ୍ର୍ୟ ସମ୍ପର୍କରେ ଅନେକ ଥର ସରକାରୀଙ୍କୁ ଜଣାଇଛି। ଗରିବଙ୍କ ପାଇଁ ଥିବା ବିଭିନ୍ନ ସେବା ଯୋଗାଇା ଦେବା ପାଇଁ ଦାବି କରିଛି। ମୋ ପାଖରେ କେବଳ ଏକ ଏପିଏଲ କାର୍ଡ ଅଛି। ମୋର ଘରେ ଖଣ୍ଡେ କି ଶୌଚାଳୟ ଟିଏ ନାହିଁ। ମୋତେ ବଖରାଏ ଘର ଓ ବିପିଏଲ କାର୍ଡ ଦେବା ପାଇଁ ସରକାରଙ୍କୁ ଅନେକ ଥର ଆବେଦନ ମଧ୍ୟ କରିଛି। ହେଲେ ମୋର ଗୁହାରି କେହି ଶୁଣି ନାହାନ୍ତି। ମୋ ପରିବାର ବହୁ ଗରିବ .ହୋଇଥିବା ହେତୁ ସମୟସମୟରେ ବାଉଁଶ କାଠ ବିକ୍ରି କରି ପରିବାର ଗୁଜୁରାଟ ମେଣ୍ଟାଇ ଥାଏ।

ରାଜନେତାମାନେ ମୋତେ ଆଶ୍ୱସ୍ତି ଦେଇ କହିଥିଲେ ଉଚିତ ସମୟ ଆସିଲେ ନିଶ୍ଚୟ ମୋର ଦାବି ପୂରଣ କରିବେ। କିନ୍ତୁ ଏଯାବତ୍‌ ମୋତେ କୌଣସି ସୁବିଧା ସୁଯୋଗ ସରକାରଙ୍କ ତରଫରୁ ମିଳି ନାହିଁ। ମୋର ପରିବାରେ ଛଅଜଣ ସଦସ୍ୟ ରହିଛନ୍ତି। ଜଙ୍ଗଲରୁ ଯାହା ମିଳେ ତାହାକୁ ବିକ୍ରି କରି ଯେଉଁ ଟଙ୍କା ମିଳେ ସେଥିରେ ପରିବାର ଚଳିଥାଏ। କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ତଥା ଅଦିବାସୀଙ୍କ ପାଇଁ ବି ଯାହାସୁବିଧା ରହିଛି ସେଥିରୁ ମୁଁ ବଞ୍ଚିତ ଅଛି।

କର୍ଣ୍ଣଙ୍କ ପରିବାର ଏତେ ଦାରିଦ୍ରରେ ଦିନ କାଟୁଥିଲେ ବି ସରକାରଙ୍କ ତରଫରୁ ତାଙ୍କୁ କୌଣସି ସାହାଯ୍ୟ ମିଳି ପାରି ନାହିଁ ବୋଲି କର୍ଣ୍ଣଙ୍କ ପାଖପଡୋଶୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜଣେ ଗ୍ରାମବାସୀଙ୍କ କହିବାନୁସାରେ, ‘ମୁଁ କର୍ଣ୍ଣ ଦେବବର୍ମାଙ୍କୁ ମହାରାଣୀପୁରରେ ଦେଖିଛି। ତାଙ୍କ ଅବସ୍ଥା ବହୁତ ଖରାପ । ତାଙ୍କ ପାଖରେ ରହିବାକୁ ଘରଟିଏ ନାହିଁ। ସେ ବିପିଏଲ କାର୍ଡ ପାଇଁ ଅନେକ ଥର ସରକାରଙ୍କୁ ଆବେଦନ କରିଛନ୍ତିି କିନ୍ତୁ ସରକାର ତାଙ୍କ କୌଣସି କଥା ଶୁଣି ନଥିଲେ। ଶେଷରେ ସେ ନିଜର ଆଠମାସର ଏକ କନ୍ୟା ସନ୍ତାନକୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।’

ସମ୍ବନ୍ଧିତ ଖବର