ନୂଆଦିଲ୍ଲୀ: ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଆପଣ ତାମିଲନାଡୁର ଆଦିବାସୀମାନଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ତାମିଲନାଡୁର ଆଦିବାସୀମାନଙ୍କ ବୁଦ୍ଧି ଏବଂ ସାହସର ଅନେକ କାହାଣୀ ଆପଣ ପୂର୍ବରୁ ନିଶ୍ଚୟ ଶୁଣିଥିବେ। ଯାହା ଲୋକଙ୍କୁ ଅନେକ ପ୍ରେରଣା ମଧ୍ୟ ଦେଇଥାଏ।
ସମ୍ପ୍ରତି ତାମିଲନାଡୁର ଆଦିବାସୀମାନେ ଏକ ବିଷାକ୍ତ ଗଛର କାଠକୁ ସଂଗ୍ରହ କରି ହାତୀର ସୁନ୍ଦର କଳାକୃତି ତିଆରି କରିଛନ୍ତି। ଏହି ଗଛ ଜଙ୍ଗଲରେ ଅଧିକାଂଶ ମାତ୍ରାରେ ରହୁଥିବା ବେଳେ ବଣୁଆ ଜନ୍ତୁ ପାଇଁ ଏହା ବିଷାକ୍ତ ହୋଇଥାଏ ବୋଲି କୁହାଯାଉଛି।
ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୁଦୁମଲାଇର ୭୦ଜଣ ଆଦିବାସୀ ଲାଣ୍ଟାନା ଗଛର କାଠରୁ ହାତୀର ଏହି ସୁନ୍ଦର କଳାକୃତି ତିଆରି କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଏହି ହାତୀ କଳାକୃତିଗୁଡ଼ିକୁ ପ୍ରତିକୃତି ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନେ ତିଆରି କରିଛନ୍ତି।
ନିକଟରେ ଚେନ୍ନାଇର ଇଲିଅଟ୍ ବେଳାଭୂମିରେ ସେମାନଙ୍କର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା, ଯାହାକୁ ହଜାର ହଜାର ଲୋକ ଦେଖିବାକୁ ଆସିଥିଲେ । ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତାମିଲନାଡୁର ଏହି ଆଦିବାସୀମାନଙ୍କ ପ୍ରତିଭାକୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୭୭ ହଜାର ଲୋକ ଦେଖିଥିବାବେଳେ ୨ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି।
70 tribals from Mudumalai have worked hard to make these beautiful Elephants from lantana weed-an invasive species that has spread in forests across the country threatening biodiversity. In TN we have removed lantana,prosopis & other invasives from 1200 hectares so far #TNForest pic.twitter.com/NEHcw7fETp
— Supriya Sahu IAS (@supriyasahuias) January 14, 2023