ଶାଢ଼ି ପରିଧାନ ହେତୁ ଚାକିରିରୁ ବଞ୍ଚିତ ହୋଇଥିବା ପ୍ରଥମ କିନ୍ନର ପାଇଲେ ସରକାରୀ ଚାଳକ ଭାବେ ନିୟୁକ୍ତି

ତ୍ରିଚି: ତ୍ରିଚିର ସାଙ୍ଗିଲିୟାଣ୍ଡାପୁରମରେ ରହୁଥିବା ପ୍ରଥମ କିନ୍ନର ଶୁକ୍ରବାର ଜଣେ ସରକାରୀ ଚାଳକ ଭାବେ ନିଯୁକ୍ତି ପାଇଛନ୍ତି। ତରୁଚି ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭାଗରେ ଚାଳକ ଶ୍ରେଣୀରେ କିନ୍ନର ଡ୍ରାଇଭରଙ୍କୁ ନିଯୁକ୍ତୁ ଦେବା ଘଟଣା ହେଉଛି ପ୍ରଥମ। ଏହି କିନ୍ନର ଚାଳକଙ୍କ ନାମ ଏମ୍‌ ସ୍ନେହା।

ସୂଚନାଯୋଗ୍ୟ, ତ୍ରିଚିର ସାଙ୍ଗିଲିୟାଣ୍ଡାପୁରମରେ ରହୁଥିବା ସ୍ନେହା ଅନେକ ଘରୋଇ କମ୍ପାନିରେ ଚାଳକ ଭାବେ ପ୍ରାୟ କାମ କରିଛନ୍ତି। ତାଙ୍କ ପାଖରେ ଚାଳକ ଭାବେ ରହିଛି ୧୦ବର୍ଷ ଅଭିଜ୍ଞତା। ସ୍ନେହାଙ୍କୁ ତାମିଲନାଡୁ ଲାଇଭଲିହୁଡ ମିସନ୍‌ ପ୍ରୋଜେକ୍ଟ (ଟିଏନ୍‌ଏଲ୍‌ଏମ୍‌) ଆଧାରରେ ଜିଲ୍ଲା ସପ୍ଲାଏ ଆଣ୍ଡ ମାର୍କେଟିଂ ସୋସାଇଟିରେ ଚାଳକ ଭାବେ ଶୁକ୍ରବାର ନିଯୁକ୍ତି ଦିଆଯାଇଛି।

ଏମ୍‌ ସ୍ନେହାଙ୍କ କହିବାନୁସାରେ, ଜିଲ୍ଲା କଲେକ୍ଟର କେ ରାଜମାନି ଗୁରୁବାର ଅସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ସୂଚନା ଜାରି କରିଥିଲେ। ଯେବେଠାରୁ ମୁଁ ଶାଢ଼ି ପିନ୍ଧିବା ଆରମ୍ଭ କରିଥିଲି, ସେବେଠାରୁ ଲୋକମାନେ ମାତେ ଚାଳକ ଭାବେ ଚାକିରିରୁ ବଞ୍ଚିତ କରିଥିଲେ। ମୋ ଭଳି ଲୋକ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ କାମ କରି ପାରିବେ ନାହିଁ ବୋଲି ବି କହିଥିଲେ। ଏହି କଥା ବାରମ୍ବାର ଶୁଣିବା ପରେ ମୁଁ ବହୁତ ଭରଙ୍ଗି ପଡ଼ିଥିଲି, କ’ଣ କରିବି କିଛି ବୁଝି ପାରି ନଥିଲି। କିନ୍ତୁ ଆମର ନେତା ସୋନାଲି ମୋତେ ନିଜ ଉପରେ ଭରଷା ରଖିବାକୁ କହିଥିଲେ। ଶେଷରେ ମୁଁ ଏଭଳି ଏକ ସନ୍ତୋଷଜନକ ଚାକିରି ତାଙ୍କରି ହେତୁ ପାଇଲି। ସେଥିପାଇଁ ସମସ୍ତଙ୍କୁ ମୋର ଆଶେଷ ଧନ୍ୟବାଦ। ମୋର ଏହି ଚାକିରି ଆମର କିନ୍ନର ସମ୍ପ୍ରଦାୟଙ୍କୁ ପ୍ରେରଣା ଯୋଗାଇବ ବୋଲି କହନ୍ତି ସ୍ନେହା।

ସ୍ନେହା କହନ୍ତି, ତ୍ରିଚିରୁ ମୁଁ ଜଣେ ଚାଳକ ଭାବେ ମୋର ପେଷାଗତ ଜୀବନ ଆରମ୍ଭ କରତଥିଲା। ଛୋଟଛୋଟ ସାମଗ୍ରୀ ବିତରଣ କରିବାଠାରୁ ହେଡମାଷ୍ଟର, ରାଜନେତା ଭଳି ଅନେକଙ୍କ ପାଖରେ ମୁଁ ଚାଳକ ଭାବେ କାମ କରିଛି। ସେତେବେଳେ ମୁଁ କେବଳ ପୁରୁଷଙ୍କ ଭଳି ପୋଷାକ ହିଁ ପରିଧାନ କରୁଥିଲେ।

ସମ୍ବନ୍ଧିତ ଖବର