ଆପଣ ନିସନ୍ତାନ କି? ଏହି ପୋର୍ଟାଲ ଜରିଆରେ ଗର୍ଭଧାରଣ ସମସ୍ୟାର ସମାଧାନ ଦେଉଛନ୍ତି ଗୀତାଞ୍ଜଳି !

ବିବାହର କିଛି ଦିନ ମଧ୍ୟରେ ଯେଉଁ ଇଚ୍ଛାଟି ଦମ୍ପତିଙ୍କୁ ଘାରେ ତାହା ହେଲା ସନ୍ତାନପ୍ରାପ୍ତି। କେବଳ ଦମ୍ପତି କାହିଁକି, ପରିବାର ଲୋକେ ବି ଏପରି ଇଚ୍ଛା ରଖିଥାନ୍ତି। କେତେକ ନାରୀ ଖୁବ୍‌ ସହଜରେ ଏବଂ ଶୀଘ୍ର ଜନନୀ ହେବାର ସୁଯୋଗ ପାଆନ୍ତି ଆଉ କେତେକ ନିରାଶ ହୁଅନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୧୦ରୁ ୧୫% ଭାରତୀୟ ମହିଳା ମାତୃତ୍ୱ ଲାଭରୁ ବଞ୍ଚିତ ହୁଅନ୍ତି। ପାଖାପାଖି ୨୭.୫ ମିଲିୟନ୍‌ ଦମ୍ପତି ପିଲାଟିଏ ପାଇବା ପାଇଁ ଅସମର୍ଥ।

ମାତ୍ର ଏହି ସମସ୍ୟା ପାଇଁ ଏବେ ସମାଧାନର ରାସ୍ତାଟିଏ ଦେଖିବାକୁ ମିଳିଛି। ଗୀତାଞ୍ଜଳି ବାନାର୍ଜୀ ଜଣେ ମହିଳା Infertilitydost.com ବୋଲି ଏକ ପୋର୍ଟାଲ ଜରିଆରେ ଅନେକ ମହିଳାଙ୍କୁ ଗର୍ଭଧାରଣର କୌଶଳ ବତାଇବା ସହ ଏ ସଂପର୍କିତ ସମସ୍ୟାର ସମାଧାନ ବାଟ ଦେଖାଉଛନ୍ତି। ଫୋନ୍‌, ଚାଟ, ବ୍ଲଗ ଏବଂ ଆଲୋଚନା ଜରିଆରେ ସେ ଏ ସଂପର୍କରେ ସାହାଯ୍ୟ କରୁଛନ୍ତି ଗୀତାଞ୍ଜଳି।

ଉଲ୍ଲେଖଯୋଗ୍ୟ, ମ୍ୟାନେଜ୍‌ମେଣ୍ଟ୍‌ ବୃତ୍ତିର ମହିଳା ୩୫ ବର୍ଷୀୟା ଅଙ୍କିତା(ଛଦ୍ମନାମ) ୮ ବର୍ଷ ହେଲା ବିବାହିତା। ସେ ୩ ଥର ଗର୍ଭଧାରଣ କରିବା ପରେ ବି ଆପେ ଆପେ ତାଙ୍କର ଗର୍ଭ ନଷ୍ଟ ହୋଇ ଯାଉଥିଲା। ଏହି ଘଟଣା କେବଳ ତାଙ୍କୁ ଶାରୀରିକ କିମ୍ବା ମାନସିକ ସ୍ଥଳରେ ନୁହେଁ ବରଂ ଭାବପ୍ରବଣତାକୁ ମଧ୍ୟ ଚୋଟ ପହଁଚାଇବା ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଲେ। ତାଙ୍କ ପରିବାର ଲୋକେ ମଧ୍ୟ କୌଣସି ପ୍ରକାର ସାହାଯ୍ୟ କରିପାରୁ ନଥିଲେ। ଶେଷରେ ସେ ଏହି ପୋର୍ଟାଲ ଜରିଆରେ ଗୀତାଞ୍ଜଳିଙ୍କୁ ଯୋଗାଯୋଗ କରିବା ପରେ ୨ ଥର ବିଫଳ ହୋଇ ତୃତୀୟ ଥରରେ ଗର୍ଭଧାରଣ କରିବାରେ ସମର୍ଥ ହୋଇଛନ୍ତି ବୋଲି ଜାଣିବାକୁ ମିଳିଛି।

ଅଙ୍କିତାଙ୍କ ପରି ବହୁ ନିଃସନ୍ତାନ ଦମ୍ପତି ଏହି ପୋର୍ଟାଲ ସଂସ୍ପର୍ଶରେ ଆସି ସନ୍ତାନପ୍ରାପ୍ତିର କିରଣ ଟିକକ ଦେଖିବା ପରେ ବେଶ୍‌ ଚର୍ଚ୍ଚା ପାଲଟିଛି ଗୀତାଞ୍ଜଳୀଙ୍କ େଓ୍ଵବ୍‌ସାଇଟ୍‌ Infertilitydost.com।

 

ସମ୍ବନ୍ଧିତ ଖବର