ଭାଗ୍ୟ ଏମିତି ବି ବଦଳେ: ସାଧାରଣ ଟ୍ରକ୍‌ ଚାଳକ ରାତାରାତି ହୋଇଗଲେ କୋଟିପତି

ନ୍ୟୁୟର୍କ: ଭାଗ୍ୟ କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା ସେହି ବିଧାତାକୁ ହିଁ ଜଣା। ଆମେରିକାରେ ବସବାସ କରୁଥିବା ଜଣେ ଟ୍ରକ୍‌ ଡ୍ରାଇଭର ରାତାରାତି କୋଟିପତି ହୋଇଥିବା ଖବର ସାମ୍ନାକୁ ଆସିଛି। ରାତାରାତି ଭାଗ୍ୟ ବଦଳି ଯାଇଥିବା ଟ୍ରକ୍‌ ଚାଳକ ଜ୍ୟାକ୍‌ପଟ୍‌ ଜରିଆରେ ୨ହଜାର କୋଟିରୁ ଅଧିକ ଟଙ୍କା ଜିତିଛନ୍ତି। ଶୁକ୍ରବାର ଅର୍ଥାତ୍‌ ଜାନୁଆରି ୨୫ ତାରିଖରେ ନ୍ୟୁୟର୍କ ଲଟରି ଇତିହାସରେ ଏହା ଦ୍ୱିତୀୟ ସବୁଠାରୁ ବଡ଼ ପାଓ୍ଵରବଲ ଜ୍ୟାକ୍‌ପଟ ବୋଲି ଦାବି କରାଯାଉଛି।

୫୬ବର୍ଷୀୟ ଡେବିଡ ଜନ୍‌ସନ୍‌ଙ୍କ କହନ୍ତି, ସେ ଏତ ବଡ଼ ରାଶି ଜିତିବା ପରେ ବହୁତ ଖୁସି ହୋଇଯାଇଛନ୍ତି। ଏତେ ଖୁସି ହୋଇ ଯାଇଛି କି ଭୋକ, ଶୋଷ ସବୁ ଭୁଲି ଯାଇଛିନ୍ତି। ଏମିତି କିଛି କୌଣସି କାମ କରିବାକୁ ତାଙ୍କର ମନ ଲାଗୁ ନାହିଁ।

ନ୍ୟୁୟର୍କ ଲଟରି ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁସାରେ, ୨୦୧୮ ଡିସେମ୍ବର ୨୬ରେ ଜନ୍‌ସନ୍‌ ଲଟରି ଖେଳିଥିଲେ। ଯାହାର ନମ୍ବର ୫-୨୫-୩୮-୫୨-୬୭ ଓ ପାଓ୍ଵରବଲ ୨୪ଥିଲା। ଜନ୍‌ସନ୍‌ ନଗଦ ଟଙ୍କା ଅପସନ୍‌ ବାଛିଥିଲେ। ଏଥିପାଇଁ ସମସ୍ତ ଟଙ୍କାର ଟିକସ୍‌ କାଟିବା ପରେ ପାଖାପାଖି ୮,୦୮,୨୬,୫୭,୦୦୦ଟଙ୍କା ମିଳିବ।

 

ସମ୍ବନ୍ଧିତ ଖବର