ନୂଆଦିଲ୍ଲୀ: ଅନେକ ଥର ଇଣ୍ଟରନେଟରେ ବହୁତ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଥାଏ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହି ଭିଡିଓକୁ ଦେଖି ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ପ୍ରାୟତଃ ଲୋକମାନେ ଟ୍ରକ୍ ଏବଂ ଯାନବାହାନକୁ ଓଭରଲୋଡ କରି ନେଉଥିବା ଦେଖିବାକୁ ମିଳିଥାଏ। ଏହି ଓଭରଲୋଡ ହେତୁ ଅନେକ ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ବି ହୋଇଥାଏ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ହେତୁ ଚାଳକଙ୍କ ମୃତ୍ୟୁ ବି ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଭିଡିଓ ବି ଏକ ଗାଡ଼ି ଓଭରଲୋଡିଂର ରହିଛି। ଓଭରଲୋଡିଂ କରି ଯାଉଥିବା ଏକ ଟ୍ରକ ରାସ୍ତାରେ ହଠାତ ଦୁଇଖଣ୍ଡ ହୋଇଯାଇଥିଲା।
‘आत्मा’ ने ‘शरीर’ का त्याग कर दिया😊😊
(As said by saint @AwanishSharan) pic.twitter.com/jjngP6U6qr— Susanta Nanda IFS (@susantananda3) February 17, 2022
ଏହି ଘଟଣାର ଭିଡିଓକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓ ଦେଖି ଯେମିତି ଲାଗୁଛି ଟ୍ରକ ଚାପରେ ଚାଳକଙ୍କ ମୃତ୍ୟୁ ହୋଇଯାଇଥାଇପାରେ। କିନ୍ତୁ କିଛି ସମୟ ପରେ ଦେଖିବାକୁ ମିଳୁଛି ଚାଳକ ଦୁଇଖଣ୍ଡ ହୋଇଯାଇଥିବା ଟ୍ରକର ସାମ୍ନା ଅଂଶକୁ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି।
ଏହି ଭିଡିଓ ସେୟାର କରି ଆଇଏଫଏସ ଅଧିକାରୀ କ୍ୟାପସନ ଲେଖିଛନ୍ତି, 'ଆତ୍ମା ଶରୀରର ତ୍ୟାଗ କରିଦେଇଛି।' ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।