ମୃତ୍ୟୁ ଧ୍ରୁବ ସତ୍ୟ, ଏକଥାଟି ତ ଆପଣ ଶୁଣିଥିବେ ନିଶ୍ଚୟ। ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ନେଇ ଦେବତା ବି ମୃତ୍ୟୁର ଶିକାର ହୁଅନ୍ତି ବୋଲି କଥା ରହଛି। ବ୍ୟକ୍ତିକୁ ଜୀବନରେ ଯଦି ସବୁଠାରୁ ବେଶି ଡର କାହାକୁ ଲାଗୁଥାଏ ତେବେ ତାହା ହେଉଛି ମୃତ୍ୟୁ। ଆପଣ ଯଦି କେହି ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ବେଳେ ତାଙ୍କ ନିକଟରେ ଥିବେ ତ ଆପଣ ଅନୁମାନ କରିଥିବେ ନିଶ୍ଚୟ ଯେ ସେ ବ୍ୟକ୍ତି ଜଣକ ଚେଷ୍ଟା କରି ମଧ୍ୟ ଶେଷ ସମୟରେ ପାଟିରୁ କଥା ବାହାର କରିପାରିନଥିବେ। ଏମିତି ଅନେକ ସମୟରେ ହୁଏ, ମରିବାର କିଛି କ୍ଷଣ ମଧ୍ୟରୁ ବ୍ୟକ୍ତି ଅନେକ କିଛି କହିବାକୁ ଚାହେଁ, ହେଲେ ସେ କହିବାର ସାମର୍ଥ୍ୟ ହରାଇ ସାରିଥାଏ।

Advertisment

publive-image

ବାସ୍ତବ କଥା ହେଲା, ଆମର ବିଶ୍ୱାସ ରହିଛି ଯେ ମରିବାର କିଛି ସମୟ ପୂର୍ବରୁ ଜମରାଜା ଆସି ଦେଖା ଦେଇଥାନ୍ତି। ମାତ୍ର ଜମରାଜଙ୍କର ଦୁଇ ଦୂତ ଯେତେବଳେ ପିଣ୍ଡରୁ ପ୍ରାଣ ନେଇଯିବାକୁ ପ୍ରସ୍ତୁତ ହେଉଥାନ୍ତି ସେ ସମୟରେ ବ୍ୟକ୍ତି ଆବାକ୍‌ ହୋଇ ପଡ଼ିରହନ୍ତି। ଅନେକ କଥା କହିବାକୁ ଚାହୁଁଥିବା ସତ୍ତ୍ୱେ ବି ପାଟିରୁ କଥା ବାହାରି ନଥାଏ। ସେ ସେତେବେଳେ ନିଜ ଆତ୍ମୀୟଙ୍କୁ ଛାଡ଼ି ଯିବେନି ବୋଲି କହିବାକୁ ଚାହିଁଥାନ୍ତି ମାତ୍ର ତାଙ୍କ ପାଟି ଖୋଲିନଥାଏ। ସେହି ସମୟରେ ଶରୀରରୁ ଆତ୍ମା ଛାଡ଼ି ଚାଲିଯାଇଥାଏ।