ସାଥୀର ମୃତ୍ୟୁରେ ଗୋଟିଏ ବିରହିଣୀ ମରାଳର କାହାଣୀ…

ଉଠିଲାନି ରେଳ ଧାରଣାରୁ, ଥକିଗଲେ ରେଳ ଅଧିକାରୀ, ବିଳମ୍ବିତ ‌ହେଲା୨୩ ଟ୍ରେନ୍‌

ବର୍ଲିନ: ଆପଣ ଜାଣିଥିବେ ନିଶ୍ଚୟ ଯେ ଯୋଡ଼ି ହଂସକୁ ପ୍ରେମର ପ୍ରତୀକ ବୋଲି ବିଶ୍ବାସ କରାଯାଏ। ଖାଲି ସେତିକି ନୁହେଁ; ଗ୍ରୀକ୍‌ରେ ଏହାକୁ ପ୍ରେମର ଈଶ୍ବର ଭାବେ ମଧ୍ୟ ସ‌ମ୍ବୋଧନ କରା ଯାଇଥାଏ। ଅନେକ ପ୍ରେମୀ ନିଜ ନିଜର ସାଥୀଙ୍କୁ ଯୋଡ଼ି ହଂସ ଉପହାର ଦେଇ ନିଜର ପ୍ରେମ ଜାହିର କରିବା କଥା ଆପଣ ଜାଣିଥିବ‌େ ନିଶ୍ଚୟ। ତେବେ, ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଏହି ପକ୍ଷୀକୁ କାହିଁକି ପ୍ରେମର ପ୍ରତୀକ ବୋଲି ଗଣାଯାଏ; ଘଟଣାଟି ଶୁଣିବା ପରେ ଆପଣଙ୍କ ଏ ବିଶ୍ବାସ ଆହୁରି ଦୃଢ଼ ହେବ ନିଶ୍ଚୟ….

ଜର୍ମାନର ଏକ ରେଳ ଧାରଣା ଉପରେ ଦୁଇଟି ହଂସଙ୍କୁ ଦେଖିବାକୁ ମିଳିଥିଲା। ଗୋଟିଏ ହଂସର ମୃତ୍ୟୁ ଘଟି ସାରିଥିବା ବେଳେ ଅନ୍ୟ ଜଣେ ମୃତ ହଂସ ପାଖରେ ଜଗି ବସିଥିଲା। ହଂସଟିକୁ ଦେଖି ଏପରି ଲାଗୁଥିଲା ‌ଯେପରି ନିଜ ସାଥୀକୁ ହରାଇ ସେ ଦୁଃଖରେ ଗୁମୁରି ଗୁମୁରି କାନ୍ଦିବା ଆ‌ରମ୍ଭ କରିଥିଲା।

ରେଳ ଅଧିକାରୀମାନେ ମୃତ ହଂସ ନିକଟରୁ ଜୀବିତ ହଂସକୁ ହଟାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ସେହି ସ୍ଥାନ ଛାଡ଼ି ‌ଆ‌ଦୌ ବି ହଲି ନଥିଲା। ରେଳ କର୍ମୀମାନେ ଥକି ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀ ଆସି ହଂସଟିକୁ ସେଠାରୁ ନ ଉଠାଇବା ପର୍ଯ୍ୟନ୍ତ ସେ ତା’ର ସାଥୀ ହଂସ ନିକଟରେ ପ୍ରାୟ ଦୀର୍ଘ ୧ ଘଣ୍ଟା ଧରି ବସି ରହିଥିଲା। ଫଳରେ ୨୩ଟି ଟ୍ରେନ୍‌ ବିଳମ୍ବରେ ଯାତ୍ରା କରିଥିବା ଜାଣିବାକୁ ମିଳିଛି। ଏହି କାହାଣୀ ଏହା ଶିକ୍ଷା ‌‌ଦେଉଛି ଯେ ପଶୁ, ପକ୍ଷୀଙ୍କର ମଧ୍ୟ ଭାବନା ଅଛି, ଭାବପ୍ରବଣତା ଅଛି, ସେମାନେ ମଧ୍ୟ ଯନ୍ତ୍ରଣା ଅନୁଭବ କରନ୍ତି।

ସମ୍ବନ୍ଧିତ ଖବର