ଭାରତରେ ଟ୍ରମ୍ପଙ୍କର ଅଛି ୧୦୦ରୁ ଅଧିକ ଫ୍ଲାଟ ଓ ଘର

ନୂଆଦିଲ୍ଲୀ/ମୁମ୍ବାଇ: ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ | ଭାରତ ଟ୍ରମ୍ପଙ୍କ ପାଇଁ ନୂଆ ସ୍ଥାନ ବୋଲି ଯଦି ଆପଣ ଭାବୁଥିବେ ତେବେ ଏ କଥା ସତ ନୁହେଁ | କାରଣ ଟ୍ରମ୍ପଙ୍କର ଭାରତରେ ଶତାଧିକ ଫ୍ଲାଟ ଓ ଘର ରହିଛି | ଟ୍ରମ୍ପଙ୍କ କମ୍ପାନୀ ଭାରତର ୪ଟି ସ୍ଥାନରେ ବିଳାସମୟ ଫ୍ଲାଟ ଓ ଆପାର୍ଟମେଣ୍ଟ ନିର୍ମାଣ କରିଛି | ଟ୍ରମ୍ପ ଟାୱାର ଭାବେ ପରିଚିତ କମ୍ପାନୀ ଭାରତର ମୁମ୍ବାଇ, କୋଲକାତା, ପୁନେ ଓ ଗୁଡଗାଓଁରେ ନିର୍ମାଣ ହୋଇଛି |

Photo-LiveMint

ମୁମ୍ବାଇରେ ହୋଇଥିବା ଟ୍ରମ୍ପ ଟାୱାରରେ ୭୫ଟି ମହଲା ଥିବାବେଳେ ଏଥିରେ ଟ୍ରମ୍ପଙ୍କ ପାର୍ଟନର ରହିଛନ୍ତି ମେକରୋଟେକ ଡେଭଲପର୍ସର ମାଲିକ ମଙ୍ଗଳ ପ୍ରଭାତ | ମଙ୍ଗଳ ମୁମ୍ବାଇ ବିଜେପିର ଅଧ୍ୟକ୍ଷ ଥିବାବେଳେ ମାଲବାର ହିଲସ ଆସନରୁ ବିଧାୟକ ମଧ୍ୟ ଅଛନ୍ତି | ସେହିପରି ପୁନେରେ ଥିବା ଟ୍ରମ୍ପ ଟାୱାରରେ ୨୩ଟି ମହଲା ଥିବାବେଳେ ଭାରତର ପଞ୍ଚଶୀଳା ରିୟଲିଟି କମ୍ପାନୀ ସହ ମିଶି ନିର୍ମାଣ କରିଛି |

ସେହିପରି ଗୁଡଗାଓଁରେ ମଧ୍ୟ ଏକ ଭାରତୀୟ କମ୍ପାନୀ ସହ ମିଶି ଟ୍ରମ୍ପ ଟାୱାର ଅଫିସ ଟାୱାର ନିର୍ମାଣ କରିଛି | ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଟ୍ରମ୍ପଙ୍କ କମ୍ପାନୀ ଏକ ଆପାର୍ଟମେଣ୍ଟ ନିର୍ମାଣ କରୁଛି | ୨୦୨୦ ଶେଷ ବେଳକୁ ଏହାର ନିର୍ମାଣ କାର୍ଯ୍ୟ ସରିଯିବ |

ସମ୍ବନ୍ଧିତ ଖବର