ଏଣିକି ସୁନାମୀ ପୂର୍ବରୁ ଟିିକିନିକ ସୂଚନା ମିଳିବ!

ଅନେକ ସମୟରେ ସୁନାମି ଆସିବା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ସୁନାମିର ସଠିକ୍‌ ତଥ୍ୟ ପୂର୍ବାନୁମାନ କରିବା ପାଇଁ ନୂତନ ଜ୍ଞାନକୌଶଳରେ ନିର୍ମିତ ସରଞ୍ଜାମମାନ ବିକଶିତ କରିବାରେ ଲାଗିଛନ୍ତି ବୈଜ୍ଞାନିକମାନେ। ଯାହାଫଳରେ ବନ୍ୟା ଓ ବାତ୍ୟା ଭଳି ସୁନାମୀ ପୂର୍ବରୁ ମିଳିବ ସୂଚନା।

ତେବେ ଏନେଇ ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ ଏକ ନୂଆ ମଡ଼େଲ ବିକଶିତ କରିଛି। ଯାହାଦ୍ୱାରା ଭାରତରେ ସୁନାମି ଆସିବା ପୂର୍ବରୁ ସୂଚନା ମିଳିପାରିବ। କେଉଁ ସମୟରେ ସୁନାମୀ ହେବ କେତେ ଫୁଟ ଉଚ୍ଚର ଜୁଆର ଆସିବ ଓ କେତେ ସମୟ ମଧ୍ୟରେ ସମୁଦ୍ରତଟ ନିକଟରେ ସୁନାମୀ ପହଞ୍ଚିବ ତାହାର ପୂର୍ବାନୁମାନ କରିବା ସମ୍ଭବ ହୋଇପାରିବ। ଏହି ପୂର୍ବାନୁମାନ ସୁନାମି ଦ୍ୱାରା ହେଉଥିବା କ୍ଷୟକ୍ଷତିର ପରିମାଣକୁ ହ୍ରାସ କରିବ।

ନ୍ୟାସନାଲ ସେଣ୍ଟର ଫର ଓସିଏନ ଇନଫରମେସନ ସର୍ଭିସେଜ କେନ୍ଦ୍ରର ନିର୍ଦ୍ଦେଶକ ଏସଏସସି ସିନାୟଙ୍କ କହିବା ଅନୁଯାୟୀ, ଏହି ମଡେଲ ଦ୍ୱାରା ସୁନାମୀର ପୂର୍ବାନୁମାନ କରାଯାଇପାରିବ। ସମୁଦ୍ର ପାଣି କେତେ ସମୟ ମଧ୍ୟରେ ଉପକୂଳ ଅଞ୍ଚଳରେ ପହଞ୍ଚିବ ତାହାର ସୂଚନା ମଧ୍ୟ ଏହି ମଡ଼େଲରୁ ଜାଣିହେବ। ଏହାଦ୍ୱାରା ସୁନାମୀ ତ୍ୱରିତ ଚେତାବନୀ ପ୍ରଣାଳି ଦ୍ୱାରା ଲୋକମାନଙ୍କୁ ଲେବଲ-୩ର ସର୍ତକ ସୂଚନା ଦିଆଯାଇପାରିବ।

୨୦୦୪ରେ ଆସିଥିବା ଭୟଙ୍କର ସୁନାମୀ ପରେ ଏହି ମଡ଼େଲର ନିର୍ମାଣ ଆରମ୍ଭ କରାଯାଇଥିଲା। ଲେବଲ-୧ରେ ସୁନାମୀର ତ୍ରୀବତା ବିଷୟରେ ସୂଚନା ଦିଆଯାଉଥିବା ବେଳେ ଲେବଲ-୨ରେ ସମ୍ଭାବିତ ସୁନାମୀ ଓ ଏହାର ଉଚ୍ଚ ଲହରୀ ବିଷୟରେ ସୂଚନା ଦିଆଯାଇଥାଏ।

ସମ୍ବନ୍ଧିତ ଖବର