ପିତାଙ୍କ ସହ ଜମିରେ କୃଷି କାମ କରୁଥିବା କାର୍ତ୍ତିକ ୟୁ-୧୯ ବିଶ୍ୱକପ୍‌ରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହେଲେ

ହାପୁଡ଼: ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ ଦକ୍ଷିଣ ଆଫ୍ରିକାରେ ଖେଳା ଯାଉଛି। ଆଉ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ଭାରତ ସୁପର୍‌ ଲିଗ କ୍ୱାର୍ଟରଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ ପହଞ୍ଚିଛି।

ଭାରତ ପକ୍ଷରୁ ୧୭ବର୍ଷୀୟ କାର୍ତ୍ତିକ ତ୍ୟାଗୀ ୨୪ ରନ ଦେଇ ୪ଟି ଉଇକେଟ ନେଇ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। ତେବେ ଆସନ୍ତୁ ଜାଣିବା କାର୍ତ୍ତିକଙ୍କ ଜୀବନ ବିଷୟରେ..

NBT
navbharattimes

ଉତ୍ତରପ୍ରଦେଶ କାର୍ତ୍ତିକ ତ୍ୟାଗୀ ପାଠପଢ଼ିବା ସହିତ ପିତାଙ୍କ ସହ ଜମିରେ କୃଷି କାମ କରୁଥିଲେ। ପିଲାଟି ବେଳରୁ ତାଙ୍କର କ୍ରିକେଟ ଖେଳ ପ୍ରତି ରୁଚି ଥିଲ।। ତେଣୁ ସେ ପାଠପଢ଼ା ସହିତ ବାପାଙ୍କୁ କୃଷି କାମରେ ସାହାଯ୍ୟ କରୁଥିବା ବେଳେ କ୍ରିକେଟ ଅଭ୍ୟାସ ବି କରୁଥିଲେ। ପୁଅକୁ କ୍ରିକେଟ ପାଇଁ ପ୍ରଶିକ୍ଷଣ ଦେବା ପାଇଁ ପିତାଙ୍କ ପାଖରେ ଅର୍ଥର ଅଭାବ ଥିଲା। କିନ୍ତୁ କ୍ରିକେଟ ପ୍ରତି ଦୁର୍ବଳାତା ଥିବା ଦେଖି ଶ୍ରମିକ ଭାବେ କାମ କରି ବାପା ପୁଅକୁ କ୍ରିକେଟ ପ୍ରଶିକ୍ଷଣ ଦେଇଥିଲେ।

କ୍ରିକେଟରେ ପ୍ରଶିକ୍ଷଣ ନେବା ପରେ କାର୍ତ୍ତିକ କୁଚ ବିହାରୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଉତ୍ତର ପ୍ରଦେଶ ରଣଜୀ ଦଳରେ ସ୍ଥାନ ପାଇଥିଲେ। ପରେ ସେ ଅଣ୍ଡର-୧୯ ଭାରତୀୟ ଦଳରେ ସ୍ଥାନ ପାଇଁ ବିଶ୍ୱକପ୍‌ ଦଳରେ ସାମିଲ ହୋଇଥିଲା। ଏହି ସ୍ଥାନରେ ପହଞ୍ଚିବା କାର୍ତ୍ତିକଙ୍କ ପାଇଁ ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ ଓ ତାଙ୍କ ପିତାଙ୍କୁ ଅନେକ କଷ୍ଟ ସହିତ ସଂଘର୍ଷ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର