ଦେବଦୂତ ସାଜି ପହଞ୍ଚିଥିଲେ ଟିଟିଇ, ମହିଳାଙ୍କ ଯନ୍ତ୍ରଣା ସହି ନପାରି ଟ୍ରେନ୍‌ରେ କରାଇଲେ ପ୍ରସବ: ରେଳବାଇ ସେୟାର କଲା ଫଟୋ

ନୂଆଦିଲ୍ଲୀ:

ନୂଆଦିଲ୍ଲୀ: ଆପଣ ଟ୍ରେନ୍‌, ବସ୍‌ ଓ ରେଳଷ୍ଟେସନ୍‌ରେ ମହିଳାଙ୍କ ପ୍ରସବ ହୋଇଥିବା ଘଟଣା ତ ଅନେକ ଥର ଶୁଣିଥିବେ। କିନ୍ତୁ ଆଜି ଯେଉଁ ମାମଲା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ସହିତ ଯୋଡ଼ି ହୋଇ ରହିଛି। କିନ୍ତୁ ପ୍ରତିଥର ଘଟଣା ଠାରୁ ଏହା କିଛି ଅଲଗା ରହିଛି।

 

Newsdig.in

ରେଳବାଇର ଦିଲ୍ଲୀ ଡିଭିଜନ୍‌ର ଟିଟିଇ ଭାବେ ନିୟୋଜିତ ହୋଇଥିବା ଏଚଏସ୍‌ ରାଣା ଯାତ୍ରୀଙ୍କ ସାହାଯ୍ୟରେ ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ଏଚଏସ୍‌ ରାଣା ମହିଳାଙ୍କ ଯେଉଁ ସମୟରେ ପ୍ରସବ କରାଇଥିଲେ ସେହି ସମୟରେ ଟ୍ରେନ୍‌ରେ ବହୁ ଖୋଜିବା ପରେ ବି ଡାକ୍ତର ମିଳି ନଥିଲେ। ତେଣୁ ସେ ଏଭଳି ପଦକ୍ଷେପ ଉଠାଇବା ପାଇଁ ବାଧ୍ୟ ହୋଇଥିଲେ।

TV9 Marathi

ଟିଟିଇ ଏଚଏସ୍‌ ରାଣା ରାତି ସମୟରେ ଟ୍ରେନ୍‌ରେ ଅନ୍ୟ ଯାତ୍ରୀଙ୍କ ସାହାଯ୍ୟରେ ଜଣେ ମହିଳାଙ୍କ ପ୍ରସବ କରାଇଛନ୍ତି। ମହିଳାଙ୍କୁ ରାତି ସମୟରେ ଟ୍ରେନ୍‌ରେ ଆକସ୍ମିକ ଭାବେ ପ୍ରସବ ପୀଡା ହୋଇଥିଲା। ଏହାପରେ ରାଣା ଟ୍ରେନ୍‌ରେ କିଏ ଡାକ୍ତର ଥିବା ନେଇ ଖୋଜିଥିଲେ। କିନ୍ତୁ ଟ୍ରେନ୍‌ରେ କୌଣସି ଡାକ୍ତର ନମିଳିବା ହେତୁ ସେ ମହିଳାଙ୍କ ପ୍ରସବ ନିଜେ କରାଇବେ ବୋଲି ସ୍ଥିର କରିଥିଲେ। ଟିଟିଇଙ୍କ ଏହି ଚେଷ୍ଟା ପାଇଁ ଭାରତୀୟ ରେଳବାଇ ତାଙ୍କୁ ପ୍ରଶଂସା କରିଛି।

ସମ୍ବନ୍ଧିତ ଖବର