ଆଜି ପୌଷ ପୂର୍ଣ୍ଣିମା ଏଣେ ମଙ୍ଗଳବାର ବି। ଆଜିଠାରୁ ମାଘ ମାସର ଶୁଭାରମ୍ଭ ହେଉଛି।ମଙ୍ଗଳବାର ଦିନ ଯଦି ପୂର୍ଣ୍ଣିମା ପଡ଼େ,ତେବେ ତାହା ଏକ ଶୁଭଯୋଗ ବୋଲି କୁହାଯାଇଥାଏ। ମଙ୍ଗଳବାର ହେଉଛି ଉଭୟ ଭଗବାନ ହନୁମାନ ଓ ମଙ୍ଗଳ ଦେବଙ୍କ ସ୍ୱତନ୍ତ୍ର ଦିନ। ତା’ଛଡ଼ା ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଆରାଧନା କରାଯାଇଥାଏ। ମଙ୍ଗଳବାର ଦିନ ପୂର୍ଣ୍ଣିମା ପଡ଼ୁଥିଲେ ସମସ୍ତ ଦେବଦେବୀଙ୍କୁ ସହଜରେ ପ୍ରସନ୍ନ କରାଯାଇପାରେ। ଆସନ୍ତୁ ସେହି ଉପାୟଗୁଡ଼ିକ ସଂପର୍କରେ ଜାଣିବା!......

Advertisment

୧-ମଙ୍ଗଳବାର ଦିନ ଜଳରେ ଲାଲ ପୁଷ୍ପ ,ଲାଲ ଚନ୍ଦନ ଓ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ।ଏପରି କଲେ ତୀର୍ଥ ସମ ପୁଣ୍ୟ ମିଳିଥାଏ ଏବଂ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ।

୨-ମଙ୍ଗଳବାର ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ଯାଇ ହନୁମାନଙ୍କ ମୂର୍ତ୍ତିର ମଥାରେ ଥିବା ସିନ୍ଦୁରକୁ ଡ଼ାହାଣ ହାତର ଆଙ୍ଗୁଠିରେ ନେଇ ମାତା ସୀତାଙ୍କ ଚରଣରେ ଲଗାନ୍ତୁ।ଏହି ସମୟରେ ନିଜର ମନ କଥା ଠାକୁରଙ୍କୁ ଜଣାନ୍ତୁ। ଏପରି କରିଲେ ନିଜର ମନସ୍କାମନା ପୂରଣ ହୋଇଥାଏ।
୩-ମଙ୍ଗଳବାର ସନ୍ଧ୍ୟାରେ ହନୁମାନଜୀଙ୍କ ମନ୍ଦିରକୁ ଯାଇ ଗୋଲାପ ମାଳା ପ୍ରଦାନ କରନ୍ତୁ।ଏହା ଦ୍ୱାରା ମଧ୍ୟ ଭଗବାନ ହନୁମାନଙ୍କ କୃପା ମିଳିଥାଏ।

publive-image photo-intoday.in

୪- ମଙ୍ଗଳବାର ସନ୍ଧ୍ୟାରେ ହନୁମାନଙ୍କ ମନ୍ଦିରରେ ଗୋଟିଏ ଦୀପ ସୋରିଷ ତେଲରେ ଓ ଗୋଟିଏ ଶୁଦ୍ଧ ଘିଅରେ ଜଳାନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ସମସ୍ତ କଷ୍ଟ ଲାଘବ ହୋଇଥାଏ।
୫-ପୂର୍ଣ୍ଣିମା ଦିନ ଭଗବାନ ସତ୍ୟନାରାୟଣଙ୍କ କଥା ଶୁଣନ୍ତୁ। ଭଗବାନ ବିଷ୍ଣୁଙ୍କୁ ହାଲୁଆ ଭୋଗ ପ୍ରଦାନ କରନ୍ତୁ।ତା’ ସହିତ ମା’ ମହାଲକ୍ଷ୍ମୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରନ୍ତୁ।