ଅଧିକାଂଶ ସମୟରେ ଏପରି ହୁଏ, ଅନେକ ଯତ୍ନ ନେବା ପରେ ବି ତୁଳସୀ ଗଛଟିକୁ ବଞ୍ଚାଇ ରଖି ହୁଏନାହିଁ। ଉପଯୁକ୍ତ ସୂର୍ଯ୍ୟକିରଣ, ପାଣି ପାଇବା ପରେ ବି ଗଛଟି ମରିଯାଏ। ଏମିତି କାହିଁକି ହୁଏ, ଜାଣନ୍ତି କି?
ବାରମ୍ବାର ପତ୍ର ଛିଣ୍ଡାଇବା ଦ୍ୱାରା ତୁଳସୀ ଗଛ ଅପେକ୍ଷାକୃତ ଶୀଘ୍ର ମରି ଯାଇଥାଏ। ତେଣୁ ଗଛର ସାମର୍ଥ୍ୟ ଦେଖି ସେଥିରୁ ପତ୍ର ଛିଡ଼ାନ୍ତୁ।
ଗଛକୁ କାଟି ସୁନ୍ଦର ଆକୃତିର କରିବା ପାଇଁ କଇଁଚି, ଛୁରୀ ଆଦି ବ୍ୟବହାର କରାଯାଇଥାଏ। ମାତ୍ର ତୁଳସୀ ଗଛ କ୍ଷେତ୍ରରେ ସେପରି କରନ୍ତୁ ନାହିଁ। ସେମିତି କ୍ଷେତ୍ରରେ ବି ଗଛ ଶୀଘ୍ର ମରି ଯାଇଥାଏ।
ଅପରାହ୍ନ ୪ଟା ପରେ ଗଛରୁ ଆଉ ପତ୍ର ଛିଣ୍ଡାନ୍ତୁ ନାହିଁ। ସାଂଧ୍ୟକାଳୀନ ସମୟରେ ଗଛରୁ ପତ୍ର ଛିଡ଼ାଇଲେ ସେ ଗଛ ଶୀଘ୍ର ମରିଯାଏ ବୋଲି ବେଦ ପ୍ରମାଣ କରେ।
ଦ୍ୱାଦଶ ତିଥୀରେ ତୁଳସୀ ଗଛରୁ ପତ୍ର ଛିଣ୍ଡାଇବା ପାଇଁ ଶାସ୍ତ୍ର ବାରଣ କରେ। ଏହି ତିଥିରେ ତୁଳସୀ ଗଛ ମୂଳେ ପାଣି ଦେଇ ତାହାର ଯତ୍ନ ନେବା ସହ ପୂଜା କରିବା ଉଚିତ।
ମନେ ରଖନ୍ତୁ କେବେ ବି ବାମ ହାତରେ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ସଂପୂର୍ଣ୍ଣ ସୁଦ୍ଧପୂତ ଭାବେ ମାଆ ତୁଳସୀଙ୍କୁ ସ୍ମରଣ କରି ଶ୍ରଦ୍ଧାର ସହ ପତ୍ର ଛିଡ଼ାଇବା ଦ୍ୱାରା ଗଛଟି ବହୁ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଥାଏ।