ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଉଚିତ , କାରଣ ଜାଣନ୍ତୁ

ତୁଳସୀ ପତ୍ର ବିଭିନ୍ନ ରୋଗ ପାଇଁ ମଧ୍ୟ ଖୁବ୍‌ ଲାଭପ୍ରଦ । ଆସନ୍ତୁ ଜାଣିବା ଏହା କିପରି ଆମର ଉପକାର କରିଥାଏ ଏହାର ପତ୍ରକୁ ଅଦା ଓ ମହୁ ସହିତ ସମାନ ମାତ୍ରାରେ ମିଶାଇ ସେବନ କଲେ, ଶୁଖିଲା କାଶ, ଥଣ୍ଡା କାଶ ଓ ଜ୍ୱର ଆଦି ଭଲ ହୋଇଥାଏ । ତୁଳସୀ ପତ୍ର, ଲବଙ୍ଗ ଓ ସାଧାରଣ ଲୁଣକୁ ଅଧା ଲିଟର ପାଣିରେ ମିଶାଇ ଫୁଟାନ୍ତୁ । ଏହି ଫୁଟା ପାଣି ଅଧା ହୋଇଯିବା ପରେ ଓହ୍ଲାଇ ଦିଅନ୍ତୁ । ଏହି ପାଣି ଇନ୍‌ଫ୍ଲୁଏଞ୍ଜା ରୋଗ ପାଇଁ ଲାଭଦାୟକ ।

ତୁଳସୀ ହୃଦ୍‌ରୋଗରେ ଲାଭକାରୀ । ତୁଳସୀର ନିତ୍ୟ ସେବନ ଫଳରେ ରକ୍ତରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ହ୍ରାସ ପାଇଥାଏ ।

photo- nurserylive

ତୁଳସୀ ପତ୍ରର ରସ କାଛୁଁକୁଣ୍ଡିଆ ଆଦି ପାଇଁ ମଧ୍ୟ ଭଲ । ଆଖି ବ୍ୟଥା ହେଉଥିଲେ ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ବ୍ରଥା ଦୂର ହୋଇଥାଏ । ପ୍ରତି ରାତିରେ ଶୋଇବା ସମୟରେ ଦୁଇ ବେଳା କଳା ତୁଳସୀ ପତ୍ରର ରସ ଆଖିରେ ପକାଇଲେ, ତାହା ପାଇଁ ଲାଭଦାୟକ ।
ଦାନ୍ତରୋଗ ପାଇଁ ମଧ୍ୟ ତୁଳସୀ ଲାଭଦାୟକ । ତୁଳସୀ ପତ୍ରକୁ ଖରାରେ ରଖି ଶୁଖାଇ ଗୁଣ୍ଡ ତିଆରି କରନ୍ତୁ । ତା’ପରେ ଏହା ଦାନ୍ତମଞ୍ଜନ ସହିତ ମିଶାଇ ବ୍ୟବହାର କରିବା ଉଚିତ୍‌ । ଛୋଟ ପିଲାମାନଙ୍କର ସାଧାରଣ ରୋଗ ଯଥା କାଶ, ଥଣ୍ଡା, ଜ୍ୱର, ଡାଇରିଆ ଓ ବାନ୍ତି ଇତ୍ୟାଦି ମଧ୍ୟ ତୁଳସୀ ପତ୍ର ରସରେ ଭଲ ହୋଇଥାଏ । ଏହାର ରକ୍ତକୁ ଶୁଦ୍ଧ କରିବା ସହିତ ଅନେକ ପ୍ରକାରର ରୋଗରୁ ମୁକ୍ତି ଦେଇଥାଏ ।

ସମ୍ବନ୍ଧିତ ଖବର