ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୨୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସଙ୍କଟ ସମୟରେ ସମଗ୍ର ବିଶ୍ୱ ତୁର୍କୀ ଏବଂ ସିରିଆ ଆଡକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଭାରତ ମଧ୍ୟ ସହାୟତା ପଠାଇଛି। ପ୍ରାୟ ୬ଟି ବିମାନରେ ରିଲିଫ୍ ସାମଗ୍ରୀ ପଠାଯିବା ସହ ତୁର୍କୀରେ ଭାରତ ଅସ୍ଥାୟୀ ହସ୍ପିଟାଲ୍ ନିର୍ମାଣ କରିଛି ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସହିତ 'ଅପରେସନ୍ ଦୋସ୍ତ' ଅଧୀନରେ ଭାରତର ଏନଡିଆରଏଫ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହା ବ୍ୟତୀତ ସେଠାରେ ରହୁଥିବା ଜଣେ ଭାରତୀୟ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଜଣାପଡ଼ିଛି।
aajtakମଧ୍ୟପ୍ରଦେଶର ବୁରହାନପୁରର ବାସିନ୍ଦା ଦୀପେନ୍ଦ୍ର, ତୁର୍କୀର କୈପେଡୋକିଆ ସହରରେ ନମସ୍ତେ ଇଣ୍ଡିଆ ନାମକ ଏକ ହୋଟେଲ ଚଳାଉଛନ୍ତି। ତାଙ୍କର ସେଠାରେ ଦୁଇଟି ରେଷ୍ଟୁରାଣ୍ଟ ମଧ୍ୟ ଅଛି। ତୁର୍କୀ ଉପରେ ଏବେ ବିପଦ ମାଡିଆସିଥିବା ବେଳେ ସେ ୨୪ଘଣ୍ଟା ଭୂକମ୍ପ ପୀଡିତମାନଙ୍କୁ ସାହାଯ୍ୟ କରୁଥିବା ଜଣାପଡ଼ିଛି। ଭୂକମ୍ପ ପୀଡିତଙ୍କ ପାଇଁ ଦୀପେନ୍ଦ୍ର ତାଙ୍କ ହୋଟେଲର ଦ୍ୱାର ଖୋଲିଛନ୍ତି ଏବଂ ପୀଡିତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି।
aajtakଦୀପେନ୍ଦ୍ର କହିଛନ୍ତି ଯେ ସେ ଭୂକମ୍ପ ସ୍ଥଳଠାରୁ ପ୍ରାୟ ୨୨୦କିଲୋମିଟର ଦୂରରେ ଅଛନ୍ତି। ୩୦ଜଣ ଭୂକମ୍ପ ପୀଡିତ ତାଙ୍କ ହୋଟେଲ 'ନମସ୍ତେ ଇଣ୍ଡିଆ'ରେ ମାଗଣାରେ ରହୁଛନ୍ତି। ଏହା ସହ ସେ ୬୦ଜଣ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ଯଦି କାହାକୁ ଚିକିତ୍ସାର ଆବଶ୍ୟକତା ପଡ଼ୁଛି, ତେବେ ସେମାନେ ତାହା ମଧ୍ୟ ଯୋଗାଉଛନ୍ତି। ତୁର୍କୀରେ ବହୁତ ଥଣ୍ଡା ଏବଂ ତୁଷାରପାତ ହେଉଥିବାରୁ ବହୁତ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାରେ କେବଳ ବିସ୍କୁଟ ଖାଇ ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ସ-77.jpg)