ଛତା ସହ ପବନରେ ଉଡିଗଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ତୁର୍କି: ତୁର୍କିରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ଦେଖି ଯେକେହି ହେଲେ ଆଶ୍ଚର୍ଯ୍ୟ ହୋଇଉଠୁଛନ୍ତି। ତୁର୍କିର ଉସ୍‌ମାନିଆ ପ୍ରାନ୍ତରେ ଝଡତୋଫାନ୍‌ ଆସିଥିଲା। ଏହି କାରଣରୁ ଅନେକ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାସ୍ତପାର୍ଶ୍ୱରେ ଏକ ଛତା ଷ୍ଟାଣ୍ଡରେ ରଖାଯାଇଥିଲା। ହଠାତ ଝଡତୋଫାନ୍‌ ଆସିବା ହେତୁ ଛତା ସହିତ ଷ୍ଟାଣ୍ଡଟି ବି ହଲିବାକୁ ଲାଗିଥିଲା। ଏହାକୁ ରୋକିବା ପାଇଁ ଜଣେ ବ୍ୟକ୍ତି ଛତାଷ୍ଟାଣ୍ଡ ଉପରେ ଚଢ଼ି ଯାଇଥିଲେ। କିଛି ସମୟରେ ପରେ ଛତା ଓ ଷ୍ଟାଣ୍ଡ ସହ ସେ ବି ପବନରେ ଉଡିବାକୁ ଲାଗିଥିଲେ।

YouTube

୪୧ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋ ଭାଇରାଲ ନାମକ ୟୁଟୁବ୍‌ ପେଜ ଏହି ଭିଡିଓକୁ ସେୟାର କରିଛି । କିଛି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୧୦ହଜାରରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ଭିଡିଓ ସିସିଟିଭିରେ ରେକର୍ଡ ହୋଇଯାଇଥିଲା। ଭିଡିଓରେ ଦେଖିବାକୁ ମିଳୁଥିବା ବ୍ୟକ୍ତିଙ୍କ ପରିଚୟ ସାଦିକ ବୋଲି ଜଣାପଡ଼ିଛି। ସେ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଛତା ପବନରେ ଉଡିବା ପରେ ସାଦିକ ଭୟଭୀତ ହୋଇଯାଇଥିଲେ। ଅନେକଲୋକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଟକାଇ ପାରି ନଥିଲେ। ୪ ମିଟର ଉଚ୍ଚକୁ ଉଠିବା ପରେ ସେ ତଳକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧିତ ଖବର