ଗଛ ପାଇଁ ଦିନଟିଏ : ଗଛ ଲଗାଇବା ନିମନ୍ତେ ଗୋଟିଏ ଦିନ ଛୁଟି ଘୋଷଣା କଲା ତୁର୍କି

ବର୍ତ୍ତମାନ ଗଛର ଅଭାବ ସବୁଆଡ଼େ ଦେଖାଯାଉଛି। ଦିନ ଥିଲା ଚାରିଆଡ଼େ ଜଙ୍ଗଲ ଓ ଜଙ୍ଗଲ ଦେଖାଯାଉଥିଲା। କାଁ ଭାଁ ସ୍ଥାନରେ କେତୋଟି ଘର ନେଇ ଗାଁ ଥିଲା। ଏବେ ଗଛ କାଟି କଂକ୍ରିଟ୍‌ ରାସ୍ତା ସହ ବଡ଼ ବଡ଼ କୋଠା ନିର୍ମାଣ କରାଯାଉଛି। ଫଳରେ ବାୟୁମଣ୍ଡଳ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଠିକ୍‌ ସମୟରେ ବର୍ଷା ହେଉନାହିଁ। ସେଥିପାଇଁ ଆଜିକାଲି ସମସ୍ତେ ଗଛ ଲଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅନେକ ଦେଶରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଗଛ ଲଗାଯାଉଛି। ତୁର୍କିରେ ଏକ ନିଆରା ପଦକ୍ଷେପ ନିଆଯାଇଛି ଗଛ ଲଗାଇବା ପାଇଁ। ଏଠାରେ ଗଛ ଲଗାଇବା ନିମନ୍ତେ ଏକ ଛୁଟିଦିନ ଘୋଷଣା କରାଯାଇଛି। ଏହାକୁ ରାଷ୍ଟ୍ରୀୟ ବୃକ୍ଷରୋପଣ ଦିବସ ଭାବେ ପାଳନ କରାଯିବ। ଜଣେ ଲୋକ ଟୁଇଟ୍‌ ଜରିଆରେ ବୃକ୍ଷରୋପଣ ଦିବସ ପାଳନ କରିବା ପାଇଁ କହିଛନ୍ତି। ଏହାକୁ ତୁର୍କିର ରାଷ୍ଟ୍ରପତି ପ୍ରଶଂସା କରିବା ସହ ଏଭଳି ଏକ ଦିବସ ଏଣିକି ସବୁବର୍ଷ ପାଳନ କରିବାକୁ କଥା ଦେଇଛନ୍ତି।

ସମ୍ବନ୍ଧିତ ଖବର