ଅନେକଙ୍କୁ ପ୍ରେରଣା ଦେବ ଏହି ବାପ-ପୁଅଙ୍କ କାହାଣୀ, ହାତ-ଗୋଡ଼ ନଥାଇ ବି ଖୁସିରେ କାଟୁଛନ୍ତି ଦିନ

ନୂଆଦିଲ୍ଲୀ: ସୁଖ ଏବଂ ଦୁଃଖ, ଗୋଟିଏ କଏନର ଦୁଇଟି ପାର୍ଶ୍ବ । ମଣିଷ ଜୀବନରେ ସବୁବେଳେ ସୁଖ ରହେନାହିଁ କି ଦୁଃଖ ବି ରହେନାହିଁ। ସମୟ ସହ ସବୁ କିଛି ବଦଳିଥାଏ। କିନ୍ତୁ ସାଧାରଣତଃ ଲୋକେ ଜୀବନରେ ଦୁଃଖ ଆସିଲେ ସହିନପାରି ଭାଙ୍ଗିପଡନ୍ତି । ଏପରିକି ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେବାକୁ ପଛାନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାପା-ପୁଅଙ୍କ ଏହି ଫଟୋ ସମାଜକୁ ପ୍ରେରଣା ଦେବ ନିଶ୍ଚୟ । ଯେତେ ଦୁଃଖ କଷ୍ଟ ଆସିଲେ ବି ଭାଙ୍ଗିନପଡିବାର ସାହସ ଦେବ ନିଶ୍ଚୟ ।

ତୁର୍କୀର ଜଣେ ଫଟୋଗ୍ରାଫର ମହମ୍ମଦ ଅସଲମ୍ ଏପରି ଏକ ଫଟୋ ଉଠାଇଛନ୍ତି, ଯାହାକୁ ଦେଖିଲେ ଲୋକଙ୍କ ଆଖିରେ ଲୁହ ଚାଲିଆସିବା ସହ ଦୁଃଖ କଷ୍ଟ ଆସିଲେ ବି ଭାଙ୍ଗି ନପଡିବା ପାଇଁ ପ୍ରେରଣା ଦେବ । ଏହି ଫଟୋ ଜଣେ ବାପା ଆଉ ତାଙ୍କ କୁନି ପୁଅର । ଅନେକ ସମସ୍ୟା ଥାଇ ବି ଏହି ଦୁଇଜଣ ବାପା-ପୁଅ ବେସ୍ ଖୁସିରେ ଅଛନ୍ତି । ହସଖୁସିରେ ଜୀବନ କାଟୁଛନ୍ତି ।

www.aajtak.in

ଏହି ଦୁଇଜଣଙ୍କ ଦୁଃଖ ବାବଦରେ ଜାଣିଲେ ଆପଣଙ୍କ ଆଖିବି ଲୁହରେ ଓଦା ହୋଇଯିବ । ଦିନେ ସିରିଆରେ କୌଣସି କାରଣରୁ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଫଟୋରେ ଦେଖୁଥିବା ବ୍ୟକ୍ତିଙ୍କ ଗୋଟିଏ ଗୋଡ ନଷ୍ଟ ହୋଇଯାଇଥିଲା । ଆଉ ତାଙ୍କର ଗର୍ଭବତୀ ସ୍ତ୍ରୀ ଶିରିଆରେ ଗୃହଯୁଦ୍ଧ ଚାଲିଥିବା ବେଳେ ବିଶାକ୍ତ ଗ୍ୟାସର ଶିକାର ହୋଇଗଲେ । ପେଟରେ ବଢୁଥିବା ଏହି ପିଲାଟିର ଶରୀର ଠିକ୍ ଭାବରେ ବିକଶିତ ହୋଇପାରିଲା ନାହିଁ, ଯାହାଫଳରେ ବିନା ହାତ ଗୋଡ଼ରେ ଜନ୍ମନେଲା ଏହି ପୁଅ । ବାପାଙ୍କର ଗୋଟିଏ ଗୋଡ ନଥିବା ବେଳେ ପୁଅର ଦୁଇ ଗୋଡ ଦୁଇ ହାତ ନାହିଁ । ତଥାପି ଏହାକୁ ନେଇ ଦୁହିଁଙ୍କ ମନରେ କୌଣସି ଦୁଃଖ ନାହିଁ । ସାଧାରଣ ଲୋକଙ୍କ ଭଳି ହସ ଖୁସିରେ ଜୀବନ ବିତାଉଛନ୍ତି ଏହି ଦୁଇ ବାପ-ପୁଅ । ଆଉ ସେହି ଖୁସିର ମୁହୁର୍ତ୍ତକୁ କ୍ୟାମେରାରେ କଏଦ କରିଛନ୍ତି ତୁର୍କୀର ଜଣେ ଫଟୋଗ୍ରାଫର, ଯାହାକୁ ‘ଫଟୋ ଅଫ୍ ଦ ଇୟର’ ଆୱାର୍ଡ ମିଳିବା ସହ ଭୁରି ଭୁରି ପ୍ରଶଂସା କରାଯାଉଛି ।

ସମ୍ବନ୍ଧିତ ଖବର