ଶିବଲିଙ୍ଗରେ ହଳଦୀ ଅର୍ପଣ କରିବାକୁ କାହିଁକି ବାରଣ କରାଯାଇଛି ?

ଶାସ୍ତ୍ର ଅନୁଯାୟୀ ଅଧିକାଂଶ ଦେବତାଙ୍କର ପ୍ରିୟ ହେଉଛି ହଳଦୀ । ପୂଜନ କାଣ୍ଡରେ ମଧ୍ୟ ହଳଦୀର ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କେତେକ ପୂଜନ ବିଧିରେ ହଳଦୀ ବିନା ପୂଜା ଅସଂପୂର୍ଣ୍ଣ ବୋଲି କୁହାଯାଇଛି । ହଳଦୀକୁ ମହିଳାମାନେ ସୌନ୍ଦର୍ଯ୍ୟ ଉପଚାରରେ ପ୍ରୟୋଗ କରିଥାଆନ୍ତି । ଯେହେତୁ ଶିବଲିଙ୍ଗ ପୁରୁଷତ୍ୱର ପ୍ରତୀକ । ଏଣୁ ସେଥିରେ ହଳଦୀ ଦିଆଯିବାକୁ ବାରଣ କରାଯାଇଛି ।

ଭଗବାନ ଶିବଙ୍କ ଅତିପ୍ରିୟ ହେଉଛି ଜଳ ଧାରା । ଏଥିପାଇଁ ଶିବଙ୍କର ଜଳାଭିଷେକ କରାଯିବାର ଶାସ୍ତ୍ରରେ ବିଧାନ ରହିଛି । ଜଳଧାରାରେ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଏହା ସବୁଠୁଁ ସହଜ ସରଳ ଏବଂ ଶ୍ରେଷ୍ଠ ଉପାୟ । ଆପଣ ପ୍ରତିଦିନ ତମ୍ବା ଲୋଟାରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କର ପୂଜା କରିପାରନ୍ତି । ଏପରି କରିଲେ, ଆପଣ ଶିବଙ୍କ ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର କୃପା ମଧ୍ୟ ଲାଭ କରିପାରିବେ । ଏପରିକି ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ କରିପାରିବେ ।

photo-healthsites.com

ଶିବ ଲିଙ୍ଗଙ୍କର ଦୁଇ ଭାଗ ରହିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ଶିବ ଲିଙ୍ଗ, ଯାହା ଶିବଙ୍କ ପ୍ରତୀକ । ଅନ୍ୟ ଭାଗଟି ହେଉଛି ଜଳଧାରୀ , ଯାହା ମାତା ପାର୍ବତୀଙ୍କର ପ୍ରତୀକ ଅଟେ । ଶିବ ଲିଙ୍ଗ ପୁରୁଷତ୍ୱର ପ୍ରତିନିଧିତ୍ୱ କରୁଥିବା ଯୋଗୁଁ ଏଥିରେ ହଳଦୀ ଚଢାଯାଏ ନାହିଁ ।

ସମ୍ବନ୍ଧିତ ଖବର