ମୁମ୍ବାଇ: କୁହାଯାଏ ଗୋଟାଏ ପ୍ରକାରର ଦିନ ସବୁବେଳେ ରୁହେନାହିଁ। ସମସ୍ତଙ୍କ ଜୀବନରେ ଭଲ ଓ ମନ୍ଦ ଦିନ ମିଶିକରି ଆସେ। ଦୁଃଖ ପରେ ସୁଖ ଓ ସୁଖ ପରେ ଦୁଃଖ ହେଉଛି ସଂସାରର ରୀତି। ଆପଣ ବିଗ୍ବସ୍ ଫେମ୍ ତଥା ‘ଶଶୁରାଲ୍ ସିମର୍ କା’ର ଅଭିନେତ୍ରୀ ଦୀପିକା କକ୍କରଙ୍କୁ ତ ଜାଣିଥିବେ ନିଶ୍ଚୟ। ଆଜ ସେ କୋଟି କୋଟି ଟଙ୍କାର ମାଲିକାଣି। ମାତ୍ର ଦିନ ଥିଲା ତାଙ୍କୁ ବି ଜୀବନ ସହ ସଂଘର୍ଷ କରିବାକୁ ପଡୁଥିଲା।
ଛୋଟ ପରଦାର ସେ ଜଣେ ଜଣାଶୁଣା ଅଭିନେତ୍ରୀ। ହେଲେ ଲୋକପ୍ରିୟତା ପାଇବା ଦୀପିକାଙ୍କ ପାଇଁ ଏତେ ସହଜ ନଥିଲା। ନିକଟରେ ଏକ ସାକ୍ଷାତ୍କାରେ ସେ ନିଜ ସଂଘର୍ଷମୟ ସମୟର କିଛି ଅନୁଭୂତିକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।
ସେ ଜଣେ ଏୟାର୍ ହଷ୍ଟେସ୍ ଭାବେ ପ୍ରଥମେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ମାତ୍ର ଶରୀର ଅସୁସ୍ଥତା ହେତୁ ସେ ନିଜ ଚାକିରି ଛାଡ଼ି ଅଭିନୟରେ କ୍ୟାରିୟର୍ ଗଢ଼ିବାର ନିଷ୍ପତ୍ତି ନେଇଥିଲେ। ହେଲେ ଅଭିନୟ ପଥ ତାଙ୍କ ପାଇଁ ଆଦୌ ବି ସହଜ ନଥିଲା। ଦୀପିକା କହନ୍ତି ଯେ ଅନେକ ଥର ସେ ଅଡିସନ ଦେବାକୁ ଚାଲିକରି ବି ଯାଇଛନ୍ତି।
ଦୀପିକା କହିଛନ୍ତି କି ‘ଅଟୋ ରିକ୍ସାରେ ବାହାରକୁ ଗଲା ବେଳେ ମୁଁ ସବୁ ବେଳେ ମିଟର ଉପରେ ମୋ ନଜର ରଖିଥାଏ। କାରଣ ମୋତେ ଜଣାଥାଏ ମୋ ପାଖରେ କେତେ ଟଙ୍କା ଅଛି। ଯେତେବେଳେ ମୁଁ ଦେଇପାରିବା ପରି ଟଙ୍କା ମିଟର୍ରେ ଉଠିଯାଏ ତ ମୁଁ ଅଟୋ ଅଟକାଇ ଦେଉଥିଲି, ସେଠାରୁ ପୁଣି ଚାଲିକି ଯାଉଥିଲି।’