ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଡ଼େଇଁଲେ ‘ଆଜ ତକ’ର ମହିଳା ନ୍ୟୁଜ୍ ଆଙ୍କର ଶ୍ୱେତା ସିଂହ। ଶ୍ୱେତା ସିଂହଙ୍କ କାର୍ଯ୍ୟକ୍ରମର ଏକ ଭିଡ଼ିଓ ଏପରି ଉପହାସ କାରଣ ବୋଲି ଜଣାପଡ଼ିଛ। ଏହି ଭିଡିଓରେ ଶ୍ୱେତା ସିଂହ ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିବା ନିମନ୍ତେ ସମୁଦ୍ର ଭିତରକୁ ଡେଉଁଥିବାର ଦୃଶ୍ୟ ରହିଛି।
ସୂଚନା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ପତ୍ତା ଲଗାଇବା ପାଇଁ ଶ୍ୱେତା ସିଂହ ସମୁଦ୍ରରେ ୭୦ଫୁଟ ଭିତର ଯାଏଁ ସ୍କୁବା ଡାଇଭିଂ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ସନ୍ଧାନ ନିମନ୍ତେ ସେ ସମୁଦ୍ରକୁ ଯାଇଥିବା କଥା ଭିଡିଓରେ ଜଣାପଡିଛି। ଭିଡିଓରେ ଶ୍ୱେତା କହିଛନ୍ତି, ସମୁଦ୍ରରେ ଏପରି କିଛି ଜିନିଷ ରହିଛି, ଯାହାକୁ ଦେଖିଲେ କହିହେବ ଯେ ଏହା ପ୍ରାକୃତିକ ନୁହେଁ ବରଂ ମନୁଷ୍ୟକୃତ। ଏହି ଆକୃତି ଗୁଡିକୁ ଦେଖିଲେ ଅନୁମାନ କରିହେଉଛି କି, ସେ ସମୟରେ ରାଜ୍ୟ ଗୁଡିକ କେତେ ସୁନ୍ଦର ଥିଲା।
ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଶ୍ୱେତା ସିଂହଙ୍କର ଉପହାସ କରାଯାଉଛି। ଭିଡିଓକୁ ନେଇ ଲୋକମାନେ ମଜା ଉଠାଉଥିବା ବେଳେ ଏହାକୁ ହିଁ ପ୍ରକୃତ ଅନୁସନ୍ଧାନି ପତ୍ରକାରିତା କୁହାଯାଏ ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତ। କିଛି ୟୁଜର୍ସ ଲେଖିଛନ୍ତି, ପ୍ରଥମେ ୨୦୦୦ ନୋଟର ନାନୋ ଚିପ୍ ଖୋଜିଲେ, ପରେ ଗାଇ ବିଷୟରେ କହିଲେ, ଗାଇ ପରିବେଶକୁ ଅମ୍ଳଜାନ ତ୍ୟାଗ କରିଥାଏ, ଆଉ ଏବେ ଶ୍ରୀକୃଷ୍ଣଙ୍କୁ ଖୋଜିବାକୁ ସମୁଦ୍ରକୁ ଡେଇଁଛନ୍ତି।
ଉଲ୍ଲେଖନୀୟ, ୨୦୧୬ରେ ଯେତେବେଳେ ନୋଟବନ୍ଦୀ ସମୟରେ ୨୦୦୦ ଟଙ୍କାର ନୂଆ ନୋଟ ଆସିଥିଲା, ସେତେବେଳେ ଶ୍ୱେତା ସିଂହ କହିଥିଲେ ଏହି ନୋଟରେ ନାନୋ ଚିପ୍ ଫିଟ୍ କରାଯାଇଛି। ଶ୍ୱେତା ସିଂହ କହିଥିଲେ ଯେ, ଏହି ନାନୋ ଚିପର ସହାୟତାରେ କଳାଧନ ରଖୁଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇପାରିବ। ଶ୍ୱେତାଙ୍କ ଏହି ଦାବି ପୁରାପୁରି ମିଛଥିଲା। ନୂଆ ୨୦୦୦ ଟଙ୍କାର ନୋଟରେ କୌଣସି ଚିପ୍ ଲାଗିନଥିଲା। ଆଉ ସେତେବେଳେ ବି ଲୋକମାନେ ଶ୍ୱେତା ସିଂହଙ୍କର ଉପହାସ କରିଥିଲେ।