ଆଗାମୀ ୨୪ଘଣ୍ଟା ମଧ୍ୟରେ ବନ୍ଦ ହୋଇପାରେ ମୋବାଇଲ, ଟିଭି ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ! ଜାଣନ୍ତୁ କାହିଁକି ?

ନୂଅାଦିଲ୍ଲୀ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ବିରାଟ ସୋଲାର ଷ୍ଟର୍ମ ବା ସୌର ଝଡ ପୃଥିବୀ ସହ ଧକ୍କା ଖାଇପାରେ । ବୈଜ୍ଞାନିକଙ୍କ ସୂଚନା ମୁତାବକ, ଏହାଦ୍ୱାରା ସୂର୍ଯ୍ୟରେ ଏକ କୋରେନାଲ୍‌ ହୋଲ୍‌ ସୃଷ୍ଟି ହେବ, ଯାହାଦ୍ୱାରା ସୂର୍ଯ୍ୟରୁ ପ୍ରବଳ ମାତ୍ରାରେ ଆଲୋକ ନିର୍ଗତ ହେବ । ଏହି ଆଲୋକରେ କସ୍ମିକ କିରଣ ମଧ୍ୟ ସାମିଲ ରହିଛି,  ଯାହାକି ପୃଥିବୀ ପୃଷ୍ଠରେ ଥିବା ଟେକ୍ନୋଲୋଜିକୁ ଅଚଳ କରି ଦେଇପାରେ । ଅର୍ଥାତ ଏହାଦ୍ୱାରା ସାଟେଲାଇଟ୍‌ ଆଧାରିତ ସେବାଗୁଡିକ ତଥା ମୋବାଇଲ ସିଗନାଲ, କେବୁଲ ନେଟୱର୍କ, ଜିପିଏସ ନାଭିନେସନ ଆଦି ଅଚଳ ହୋଇଯାଇ ପାରେ।

ଇଣ୍ଟରନ୍ୟାସନାଲ୍  ବିଜନେସ ଟାଇମ୍‌ସରେ ପ୍ରକାଶିତ ଖବର ମୁତାବକ, ଆମେରିକୀ ମହାକାଶ ଏଜେନ୍‌ସି ନାସା ତରଫରୁ ମଧ୍ୟ ସୋଲାର ଷ୍ଟର୍ମ ପୃଥିବୀ ସହ ଧକ୍କା ଖାଇବାର ସୂଚନା ମିଳିସାରିଛି । ଏ ନେଇ ନାସା ପକ୍ଷରୁ ଏକ ଫଟୋ ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ଏକ ଗ୍ୟାସର ଝଡ ସୃଷ୍ଟି ହେବା ଭଳି ଚିତ୍ର ନଜରକୁ ଆସିଛି ।

ସୂଚନା ମୁତାବକ, ଏହି ଝଡ  ପୃଥିବୀର ସୋଲାର ଡିସ୍କର ପାଖାପାଖି ଅଧା ଭାଗକୁ ନଷ୍ଟ କରିବା ସହିତ ଏକ ବଡ ଛିଦ୍ର ସୃଷ୍ଟି କରିପାରେ । ଯେଉଁ କାରଣରୁ ସୂର୍ଯ୍ୟଙ୍କ ଆଲୋକ ବଳୟରୁ ପୃଥିବୀ ଆଡକୁ ପ୍ରବଳ ଜୋରରେ ଗରମ ପବନ ଭଳି ଏକ ବହୁତ ବଡ ଝଡ ଆସିବ । ଯଦିଓ ନ୍ୟାସନାଲ ଓସେନ ଆଣ୍ଡ ଆଟମୋସ୍ପିୟର ଆସୋସିଏସନ ଏହି ସୋଲାର ଷ୍ଟର୍ମକୁ ଜି-୧ ଅନ୍ତର୍ଭୁକ୍ତ କରିଛି । ତେବେ ଏହାଦ୍ୱାରା ଝଡ ସାମାନ୍ୟ ହୋଇଥିଲେ ସୁଦ୍ଧା ଅଧିକ ପ୍ରଭାବଶାଳୀ ହୋଇପାରେ ବୋଲି ସ୍ପଷ୍ଟ କରାଯାଇଛି ।

ସୌର ଝଡ ର୍ସୂଯ୍ୟଙ୍କ ପୃଷ୍ଠ ଭୂମିରେ କ୍ଷଣିକ ପାଇଁ ସୃଷ୍ଟି ହୋଇଥିବା ପରିବର୍ତ୍ତନ ଦ୍ୱାରା ଉତ୍ପନ୍ନ ହୋଇଥାଏ । ଏହାକୁ ୫ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା, ଜି-୧,ଜି-୨,ଜି-୩, ଜି-୪ ଏବଂ ଜି-୫ । ତେବେ ଏଥିମଧ୍ୟରୁ ଜି-୫ ଶ୍ରେଣୀରେ ସୃଷ୍ଟି ହେଉଥିବା ଝଡ ବହୁତ ଭୟଙ୍କର ପ୍ରଭାବ ପକାଇଥାଏ ।

ସମ୍ବନ୍ଧିତ ଖବର