ଟିଭିଏସ୍ କମ୍ପାନିର ଆପାଚେ ଆର୍ଟିଆର୍ ୩୧୦ ବାଇକ୍କୁ ଯୁବପିଢ଼ି ବେଶ୍ ପସନ୍ଦ କରୁଛନ୍ତି। ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ରହିଛି ୨,୪୨,୯୯୦ ଟଙ୍କା। ତିନିଟି ଭାରିଆଣ୍ଟ୍ରେ ଏହା ଉପଲବ୍ଧ। ଆପାଚେ ଆର୍ଟିଆର୍ ୩୧୦ ଆର୍ସେନାଲ୍ ବ୍ଲାକ୍ ୱିଦାଉଟ୍ କ୍ବିକ୍ସିଫ୍ଟର୍ (୨,୪୨,୯୯୦ ଟଙ୍କା), ଆପାଚେ ଆର୍ଟିଆର୍ ୩୧୦ ଆର୍ସେନାଲ୍ ବ୍ଲାକ୍ (୨, ୫୭, ୯୯୦ ଟଙ୍କା) ଓ ଆପାଚେ ଆର୍ଟିଆର୍ ୩୧୦ ଫ୍ୟୁରି ୟେଲୋ (୨, ୬୩,୯୯୦ ଟଙ୍କା)। ଏଥିରେ ୩୧୨.୨ ସିସିର ଇଞ୍ଜିନ୍ ରହିଛି ଏବଂ ଏହାର ଓଜନ ୧୬୯ କିଲୋଗ୍ରାମ୍। ଏହାସହ ଏଥିରେ ୬ ସ୍ପିଡ୍ ଗିୟର୍ ବକ୍ସ, ଦୁଇଟି ଡିସ୍କ୍ବ୍ରେକ୍ ସହିତ ଆଣ୍ଟି-ଲକିଂ ବ୍ରେକିଂ ସିଷ୍ଟମ୍ ଓ ରେସ୍ ଟ୍ୟୁନ୍ଡ୍ ସ୍ଲିପର୍ କ୍ଲଚ୍ ମଧ୍ୟ ରହିଛି। ଆପାଚେର ତେଲ ଟାଙ୍କି ଧାରଣ କ୍ଷମତା ୧୧ ଲିଟର୍। ଏଥିରେ ଲିକ୍ବିଡ୍ କୁଲ୍ଡ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହାକି ଇଞ୍ଜିନ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ। ଟିଭିଏସ୍ କମ୍ପାନିର ଏହା ସବୁଠାରୁ ମହଙ୍ଗା ବାଇକ୍ ଏବଂ ଏହା ବିଏମ୍ଡବ୍ଲୁ ସହ ମିଳିତ ଭାବେର ବିକଶିତ ହୋଇଛି ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର୍। ଏଥିରେ ସ୍ପିଡୋମିଟର୍, ଟ୍ରିପ୍ ମିଟର୍, ଇନ୍ଧନ ସ୍ତର ସୂଚକ, ଗିୟର୍ ପୋଜିସନ୍ ଇଣ୍ଡିକେଟର୍, ତାପମାନ ସୂଚକ ତଥା ମୋବାଇଲ୍ ଚାର୍ଜିଂର ସୁବିଧା ରହିଛି। ଖାଲି ସେତିକି ନୁହେଁ, ଏଥିରେ କଲ୍ ଓ ମେସେଜ୍ ନୋଟିଫିକେସନ୍, ଡକ୍ୟୁମେଣ୍ଟ୍ ଷ୍ଟୋରେଜ୍ ଆଦି ସୁବିଧା ଉପଲବ୍ଧ। କୌତୂହଳର କଥା, ଏଥିରେ ଜଳବାୟୁ ନିୟନ୍ତ୍ରିତ ସିଟ୍ ଖଞ୍ଜାଯାଇଛି। ଆପାଚେ ଆର୍ଟିଆର୍ ୩୧୦ ବାଇକ୍ ବଜାରରେ କେଟିଏମ୍ ୩୯୦ ଡ୍ୟୁକ୍ ଓ ବିଏମ୍ଡବ୍ଲୁ ଜି୩୧୦ଆର୍ ସହ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଟିଭିଏସ୍ ଆପାଚେ ଆର୍ଟିଆର୍ ୩୧୦
/sambad/media/post_attachments/wp-content/uploads/2024/04/fsffffh.jpg)