୨୫ ଲକ୍ଷ ବିକ୍ରି ସଫଳତା ହାସଲ କଲା ଟିଭିଏସ ଜୁପିଟର

ବାଙ୍ଗାଲୋର : ଦୁଇ ଚକିଆ ଏବଂ ତିନି ଚକିଆ ନିର୍ମାତା, ଟିଭିଏସ୍‌ ମୋଟର କମ୍ପାନିର ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ ଟିଭିଏସ୍‌ ଜୁପିଟର୍‌ ୨୫ ଲକ୍ଷ ବିକ୍ରି ସଫଳତା ହାସଲ କରିଛି । ଏହି ସଫଳତା ଉପଲକ୍ଷେ କମ୍ପାନି ଏକ ନୂଆ କ୍ୟାମ୍ପେନ ଘୋଷଣା କରିଛି । ଏହାର ନାଁ ରଖାଯାଇଛି ତାରୋ ସେ ଭି କହିଁ ଉପର । ୨୦୧୩ରେ ବଜାରକୁ ଆସିଥିବା ଟିଭିଏସ୍‌ ଜୁପିଟର ମାତ୍ର ୩୦ ମାସ ମଧ୍ୟରେ ୧ ନିୟୁତ ବିକ୍ରି ସଫଳତା ହାସଲ କରିଥିଲା । ଉଭୟ ବେସ୍‌ ଓ ଜେଡ୍‌ଏକ୍ସ ଭାରିଆଣ୍ଟ (ଡିିସ୍କ ଓ ଡ୍ରମ୍‌)ରେ ଉପଲବ୍ଧ। ଟିଭିଏସ୍‌ ଜୁପିଟରର ବେସ୍‌ ଭାରିଆଣ୍ଟରେ ସିଙ୍କ୍‌ ବ୍ରେକିଂ ସିଷ୍ଟମ୍‌ (ଏସ୍‌ବିଏସ୍‌) ହୋଇଛି, ଯାହାକି ଗ୍ରାହକଙ୍କୁ ନିରାଦପ ଓ ଆରାମଦାୟକ ଗାଡ଼ିଚାଳନା ଅଭିଜ୍ଞତା ପ୍ର୍ରଦାନ କରିଥାଏ। ଏହି ସ୍କୁଟର ରୟାଲ୍‌ ୱାଇନ୍‌, ମ୍ୟାଟେ ବ୍ଲୁ, ଷ୍ଟାଲିଅନ୍‌ ବ୍ରାଉନ୍‌, ଟିଟାନିୟମ୍‌ ଗ୍ରେ, ମିଡ୍‌ନାଇଟ୍‌ ବ୍ଲାକ୍‌, ଭୋଲ୍‌କାନୋ ରେଡ୍‌, ପ୍ରିଷ୍ଟାଇନ୍‌ ହ୍ଵାଇଟ୍‌ ଓ ମାଇଷ୍ଟିକ୍‌ ଗୋଲ୍ଡ ଭଳି ରଙ୍ଗରେ ଉପଲବ୍ଧ। ସେହିପରି ବ୍ରାଣ୍ଡ ଏକ କ୍ଲାସିକ୍‌ ସଂସ୍କରଣ ପ୍ରଚଳନ କରିଛି ଯେଉଁଥିରେ ଅନେକଗୁଡ଼ିଏ ନୂଆ ବୈଶିଷ୍ଟ୍ୟ ଯଥା ଆକର୍ଷଣୀୟ ଫୁଲ୍‌ କ୍ରୋମ୍‌ ମିରର୍‌, ଷ୍ଟାଇଲିସ୍‌ ୱିଣ୍ଡସେଲ୍‌ଡ, କ୍ଲାସି ପିଲିଅନ୍‌ କୁସନ୍‌ଡ ବ୍ୟାକ୍‌ ରେଷ୍ଟ ସହ ସ୍ମାର୍ଟ ୟୁଏସ୍‌ବି ଚାର୍ଜର ଓ ଆରାମଦାୟକ ଡୁଆଲ୍‌-ଟୋନ୍‌ ସିଟ୍‌ ରହିଛି। ଟିଭିଏସ୍‌ ଜୁପିଟର କ୍ଲାସିକ୍‌ ସନ୍‌ଲାଇଟ୍‌ ଇଭୋରି ଏବଂ ଅଟମନ୍‌ ବ୍ରାଉନ୍‌ ରଙ୍ଗରେ ଉପଲବ୍ଧ।

ସମ୍ବନ୍ଧିତ ଖବର