ଟୁଇଟ୍‌ ଜରିଆରେ ଦୁଷ୍କର୍ମ ଅର୍ଥ ବୁଝାଇଲେ ଯୁବତୀ: କହିଲେ ଯଦି ଶରୀର ସାଲିସ୍‌ କରେ ତାହା ପୀଡ଼ିତାର ଦୋଷ ନୁହେଁ 

୨୦୧୨ ମସିହା ଅକ୍ଟୋବର ୧୬ ତାରିଖ ରାତି ଭାରତୀୟ ଇତିହାସରେ ଏକ କଳା ଫର୍ଦ ଯୋଡ଼ିଥିଲା। ଯେତେବେଳେ ଜଣେ ଯୁବତୀ ଉପରେ ହୋଇଥିବା ଅମାନୁଷିକ ଗଣଦୁଷ୍କର୍ମ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେହି ଲୋମଟାଙ୍କୁରା ଘଟଣା ‘ନିର୍ଭୟା କାଣ୍ଡ’ ଇତିହାସ ପାଲଟିଗଲା। ଦୁଃଖର କଥା ହେଉଛି ଏହି ଦୁଷ୍କର୍ମ ମାମଲାରେ ଅନେକ ପୀଡ଼ିତାଙ୍କୁ ଦୋଷ ଦେବାକୁ ପଛାଇ ନ ଥିଲେ । ରାତି ଅଧରେ ବାହାରକୁ ଯିବା ପୀଡ଼ିତାଙ୍କ ଭୁଲ ବୋଲି କେହି କେହି କହିବା ବେଳେ ଆଉ କେହି ସୀମା ଟପି ବୟାନ ଦେଇଥିଲେ। ପୁଣି କେତେକ ଅତି ନିର୍ଲଜ୍ଜ ଭାବେ ଦୁଷ୍କର୍ମକୁ ପୀଡ଼ିତା ଉପଭୋଗ କରୁଥିଲେ ବୋଲି ମଧ୍ୟ ମତ ରଖିଥିଲେ।

ନିକଟରେ ସେହି ଘଟଣାକୁ କେନ୍ଦ୍ର କରି ଜଣେ ଟୁଇଟର ବ୍ୟବହାରକାରୀ ଏକାଥରକେ ୧୧ଟି ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ ଦୁଷ୍କର୍ମର ଅର୍ଥ ବୁଝାଇଛନ୍ତି। ସେହି ଟୁଇଟ୍‌ଗୁଡ଼ିକ ଏବେ ଭାଇରାଲ୍‌ ହୋଇ ବେଶ୍‌ ଚର୍ଚ୍ଚା ପାଲଟିଛି। ସେଥିରୁ କେତୋଟି ଟୁଇଟ୍‌ ନିମ୍ନରେ ଦିଆଯାଇଛି।

ଟୁଇଟ୍‌ର ବ୍ୟବହାକାରୀଙ୍କ ଯୁକ୍ତି ହେଲା, ‘ଯଦି ଦୁଷ୍କର୍ମ ସମୟରେ କେହି ଯୁବତୀ ତାହାକୁ ଉପଭୋଗ କରନ୍ତି ତାହା ଯୁବତୀର ଦୋଷ ନୁହେଁ କି ଯୁବତୀ ଜଣକ ସେପରି ଚାହାନ୍ତି ବୋଲି କହିହେବ ନାହିଁ। ତାହାକୁ ଆପଣ ଶରୀରର ପ୍ରତିକ୍ରିୟା ବୋଲି ଭାବିପାରନ୍ତି। ଯଦି ସେ ଶାରୀରିକ ଭାବେ ସନ୍ତୋଷ ବି ଲାଭ କରୁଛନ୍ତି ତେବେ  ବି ତାହାର ଅର୍ଥ ଏୟା ନୁହେଁ ଯେ ସେ ଏହା ଚାହାନ୍ତି। ଯଦି ବି କେହି ସେ ସମୟରେ ହସନ୍ତି ତା’ ମାନେ ଏୟା ନୁହେଁ ଯେ ଉପଭୋଗ କରୁଛନ୍ତି, ତା’ ମାନେ ଏୟା ଯେ ଏହା ତାଙ୍କ ଶରୀରର ପ୍ରତିକ୍ରିୟା ଏବଂ ଶରୀର ଉପରେ କାହାର ଆୟତ୍ତ ନାହିଁ। ସେ ସମୟରେ ଶରୀର ମନର ବିରୋଧରେ ଯାଏ, ସେଥିରେ କାହାରି ହାତ ନଥାଏ।’

ଟୁଇଟରର ସାହାରା ନେଇ ଦୁଷ୍କର୍ମ ବିଷୟରେ ବୁଝାଇବାରେ ଏହି ଯୁବତୀ ପ୍ରଥମ ନୁହଁନ୍ତି। ୨୦୧୬ ମସିହାରେ ମଧ୍ୟ ଜଣେ ଯୁବତୀ ଏପରି କିଛି ଟୁଇଟ୍‌ କରି ଚର୍ଚ୍ଚା ପାଲଟିଥିଲେ । ସେ କହିଥିଲେ, ‘ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ରହିଛି’ ବୋଲି ବାକ୍ୟଟି କ’ଣ ଯୁବତୀଙ୍କ ପାଇଁ ଲାଗୁ ନୁହେଁ। ସେ ଯାହା ଟୁଇଟ୍‌ କରିଥିଲେ ସେଥିରୁ କିଛି ଅଂଶ ନିମ୍ନରେ ଦିଆଯାଇଛି।

 

 

ସମ୍ବନ୍ଧିତ ଖବର