ଓଡ଼ିଆ ସମେତ ୯ଟି ଆଞ୍ଚଳିକ ଭାଷାରେ ଦୀପାବଳି ଶୁଭେଚ୍ଛା ଟ୍ଵିଟ୍‌ କରିବାକୁ ‘# ଟ୍ୟାଗ୍‌’ ଜାରି କଲା ଟ୍ଵିଟର୍‌ ଇଣ୍ଡିଆ

ନୂଆଦିଲ୍ଳୀ: ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ ତା’ର ବ୍ୟବହାରକାରୀଙ୍କୁ ଏକ ନିଆରା ଢଙ୍ଗରେ ଦୀପାବଳି ଶୁଭେଚ୍ଛା ଓ ସେ ସଂପର୍କିତ ବାର୍ତ୍ତା ଦେବା ଲାଗି ନୂତନ ‘# ଟ୍ୟାଗ୍‌ ’ ଜାରି କରିଛି । ଭାରତୀୟମାନେ  ନିଜ ନିଜର ଆଞ୍ଚଳିକ ଭାଷାରେ ଦୀପାବଳି ଶୁଭେଚ୍ଛା ଟ୍ଵିଟ୍‌ କରି  ‘# ଟ୍ୟାଗ୍‌’ ଦେଇ ତାହାକୁ ଟ୍ରେଣ୍ଡ୍‌ କରିବାକୁ ଟ୍ଵିଟର୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି। ଟ୍ଵିଟର୍‌ ଇଣ୍ଡିଆ ୧୦ଟି ଆଞ୍ଚଳିକ ଭାଷାରେ ‘# ଟ୍ୟାଗ୍‌’ ଜାରି କରିଛି, ଏହା ଭିତରେ ମଧ୍ୟରେ ଓଡ଼ିଆ ଭାଷା ମଧ୍ୟ ରହିଛି। ଏହା ଓଡ଼ିଆରେ #ଶୁଭଦୀପାବଳି ରଖାଯାଇଛି।  ଏପରି କରିବା ଦ୍ୱାରା ଟ୍ଵିଟର୍‌ ସହ ଆଞ୍ଚଳିକ ଭାଷାମାନଙ୍କର ସଂପୃକ୍ତି ବଢ଼ାଯାଇ ପାରିବ।

୧୦ଟି ଭାରତୀୟ ଭାଷା ଲେଖାଯାଇ ସେହି ଭାଷାରେ ଟ୍ଵିଟ୍‌ କରିବାକୁ କୁହାଯାଇଛି। ଏହି ୧୦ ଭାଷା ମଧ୍ୟରେ ଓଡ଼ିଆ ସମେତ ହିନ୍ଦୀ ଭାଷା ମଧ୍ୟ ଦେଖିବାକୁ ମିଳିଛି। ଟ୍ଵିଟର୍‌ ଇଣ୍ଡିଆ ପକ୍ଷରୁ  ଦୀପାବଳି ଅବସରରେ ଏପରି ଏକ ଟ୍ଵିଟ୍‌ କରାଯାଇଛି।

ସମ୍ବନ୍ଧିତ ଖବର