ଜୟପୁର: ୨୦ବର୍ଷ ବୟସରେ ସଠିକ୍‌ ଭାବେ କ୍ୟାରିୟର ବାଛିବା ଏତେ ସହଜ ହୋଇ ନଥାଏ। ତେବେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ।

Advertisment

ଜୟପୁରରେ ବସବାସ କରୁଥିବା ରାଜକୁମାରୀ ଦିଆ କୁମାରୀ ଓ ନରେନ୍ଦ୍ର ସିଂହଙ୍କ ପୁଅ ପଦ୍ମାନାଭ ଜୟପୁରର ସବୁଠାରୁ ଯୁବା ରାଜକୁମାର। ଜେଜେ ବାପା ମାନ ସିଂହଙ୍କ ମୃତ୍ୟୁ ପରେ ପଦ୍ମାନାଭଙ୍କୁ ମାତ୍ର ୪ବର୍ଷ ବୟସରେ ରାଜା ବନାଇ ଦିଆଯାଇଥିଲା। ରାମ ନିବାସ ନାମକ ମହଲାରେ ପଦ୍ମାନାଭଙ୍କ ନିଜର ଏକ ଘରୋଇ ଆପାର୍ଟମେଣ୍ଟ ରହିଛି। ଏହା ସେହି ସ୍ଥାନ ଯେଉଁଠାରେ ପଦ୍ମାନାଭଙ୍କ ଜେଜେବାପା ସବାଇ ମାନ ସିଂହ ବସବାସ କରୁଥିଲେ। ଏଥିରେ ଗୋଟିଏ ବେଡରୁମ୍‌ ବ୍ୟତୀତ, ଡ୍ରେସିଂ ରୁମ୍‌, ପ୍ରାଇଭେଟ ଡାଇନିଙ୍ଗ ରୁମ୍‌, ପ୍ରାଇଭେଟ କିଚନ୍‌ ଓ ପୋଖରୀ ବି ରହିଛି।

ରାଜା ପଦ୍ମାନାଭ ୨୦୧୮ ସେପ୍ଟେମ୍ବରରେ ଏକ ପ୍ରାଇଭେଟ ୟୁନିଭସିଟିରେ ଆଟର୍ସ ପାଠପଢ଼ା ପାଇଁ ରୋମ ଚାଲି ଯାଇଥିଲେ। ରାଜା ପଦ୍ମାନାଭ ବିଶ୍ୱ କପ ପୋଲୋ ଟିମ୍‌ର ସବୁଠାରୁ ଯୁବ ଖେଳାଳି ଓ ଭାରତୀୟ ଓପନ୍‌ ପୋଲୋ କପ୍‌ରେ ସେ ସବୁଠାରୁ ଯୁବ୍‌ ବିଜେତା ବି ରହିଛନ୍ତି।

View this post on Instagram

@papermagazine @askmrmickey @ridburman

A post shared by Padmanabh Singh (@pachojaipur) on