ଶ୍ରୀନଗର: ଭାରତ-ପାକିସ୍ଥାନ ମଧ୍ୟରେ ୧୯୯୯ ମସିହାରେ କଶ୍ମୀର କାର୍ଗିଲଠାରେ ହୋଇଥିବା ‘କାର୍ଗିଲ୍ ଯୁଦ୍ଧ’ ପରେ ସହରର ଶାନ୍ତ ବାତାବରଣ ହଜିଯିବା ପରେ ବି କାର୍ଗିଲ୍ ଜିଲ୍ଲାରେ ଏବେ ଥିବା ସମୁଦାୟ ୧.୬୫ ଲକ୍ଷ ଲୋକଙ୍କ ଭିତରେ ଏହି ଦମ୍ପତି ହେଉଛନ୍ତି ଏକମାତ୍ର ହିନ୍ଦୁ ପରିବାର। ଜସ୍ଓ୍ଵିନ୍ଦର୍ ଏବଂ ତାଙ୍କ ପତ୍ନୀ ଫତିମା(ଛଦ୍ମନାମ) ଜମ୍ମୁ-କଶ୍ମୀରର ଶିକ୍ଷା ବିଭୋଗରେ ଚାକିରି କରନ୍ତି। ଗତ ୨୦ ବର୍ଷ ମଧ୍ୟରେ କାର୍ଗିଲରେ ଥିବା ସମୁଦାୟ ୧.୬୫ ଲକ୍ଷ ଲୋକଙ୍କ ଭିତରେ ଏହି ଦମ୍ପତି ହେଉଛନ୍ତି ଏକମାତ୍ର ହିନ୍ଦୁ ପରିବାର।
/sambad/media/post_attachments/wp-content/uploads/2018/10/kargil_war_1538374010-300x186.jpg)
ଏହି ଶିଖ୍ ଦମ୍ପତିଙ୍କ ପ୍ରେମ କାହାଣୀ ସେଠାରେ ଥିବା ଏକ ଗୁରୁଦ୍ୱାରରୁ ଆରମ୍ଭ ହୋଇଥିଲା। ଏହି ଦ୍ୱାରାଦ୍ୱାରର କାନ୍ଥ ସନ୍ନିସ୍ ଦ୍ୱାରା ପରିଚାଳିତ ହନ୍ଫିଆ-ଅହଲ-ଏ-ସୁନତ ମସ୍ଜିଦ୍ର କାନ୍ଥ ଗୋଟିଏ। ନିଜ ପ୍ରେମ କାହାଣୀ ସଂପର୍କରେ ଜସ୍ଓ୍ଵିନ୍ଦର୍ କହନ୍ତି, ‘ମୁଁ ସବୁବେଳେ ଗୁରୁଦ୍ୱାରକୁ ପାଣି ବାଲ୍ତି ଧରି ଯାଉଥିଲି। ସେଠାରେ ଫତିମାଙ୍କୁ ଦେଖିଲି। ତାଙ୍କୁ ପତ୍ର ଲେଖିବା ଆରମ୍ଭ କଲି ଓ ଆମ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଲା। ମୋ ପାଖରେ ଦୁଇଟି ବିକଳ୍ପ ଥିଲା। ମୁଁ ମୁସ୍ଲମାନ ଧର୍ମ ଗ୍ରହଣ କରିଥାନ୍ତି ନଚେତ ସେ ଶିଖ ଧର୍ମକୁ ଆପଣେଇ ଥାଆନ୍ତେ। ଶେଷରେ ମୁଁ ଜସ୍ଓ୍ଵିନ୍ଦର୍ରୁ ଜୁନେଦ ଅକ୍ତର ହେବାକୁ ନିଷ୍ପତ୍ତି ନେଲି। ବର୍ତ୍ତମାନ ମୁଁ ମୋ ପରିବାର ସହ ହିନ୍ଦୁ ଉତ୍ସବ ମନାଉଥିବା ବେଳେ ମୋ ପତ୍ନୀ ପିଲାଙ୍କ ସହ ଇଦ୍ ମନାଏ। ମୁଁ ଗୋଟାଏ ପରିବାର ପାଇଁ ଜସ୍ଓ୍ଵିନ୍ଦର୍ ଓ ଆଉ ଏକ ପରିବାର ପାଇଁ ଜୁନେଦ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/hindu_family_in_kargil_1538373994.jpg)