ନୂଆଦିଲ୍ଲୀ: ଆମେରିକାର ଓହିଓରେ ଦୁଇଯାଆଁଳା ଭାଇ ଦୁଇ ଯାଆଁଳା ଭଉଣୀଙ୍କୁ ପ୍ରେମ ନିବେଦନ କରିବା ସହିତ ଆଗକୁ ବିବାହ କରିବାର ଯୋଜନା ରଖିଥିବା ନେଇ ଖବର ମିଳିଛି।
ସୂଚନା ମୁତାବକ, ଗତବର୍ଷ ଅଗଷ୍ଟରେ ଓହିଓରେ ଆୟୋଜିତ ଟୁଇନ୍ବର୍ଗ କାର୍ଯ୍ୟକ୍ରମରେ ଯାଆଁଳା ଭାଇ ଜୋସ୍ ଓ ଜର୍ମିଙ୍କ ଭେଟ ଯାଆାଁଳା ଭଉଣୀ ବ୍ରିଟନି ଓ ବ୍ରାୟନାଙ୍କ ସହିତ ହୋଇଥିଲା। ଟୁଇନ୍ବର୍ଗରେ ଯାଆଁଳା ଲୋକଙ୍କମାନଙ୍କର ଏକ ବିଶାଳ ବଡ଼ କାର୍ଯ୍ୟକ୍ରମ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ହଜାରହଜାର ସଂଖ୍ୟାର ଯାଆଁଳା ଭାଇ ଓ ଭଉଣୀ ସାମିଲ ହୋଇଥାଆନ୍ତି।
/sambad/media/post_attachments/wp-content/uploads/2018/02/fb-img-1518942652445-1519129064-300x225.jpg)
ଜୋସ୍ ସେଲର୍ସଙ୍କ କହିବାନୁସାରେ, ଆମେ ଜାଣି ନଥିଲୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏକ ଅଭୁଲା ସ୍ମୃତି ହୋଇ ରହିଯିବ। ବ୍ରିଟନି ସେହିଦିନକୁ ମନେ ପକାଇ କହନ୍ତି, କାର୍ଯ୍ୟକ୍ରମରେ ପ୍ରବେଶ କରୁକରୁ ଆମେ ଏହି ଦୁଇ ଯାଆଁଳା ଭାଇଙ୍କୁ ପ୍ରଥମେ ଦେଖିଥିଲି।
ବ୍ରିଟନିଙ୍କ ଭଉଣୀ ବ୍ରାୟନା କହନ୍ତି, ମୋ ଭଉଣୀ ଏହି ଦୁଇ ଯୁବକଙ୍କୁ ଦେଖି ଖୁସିରେ ମୋତେ ଆଲିଙ୍ଗନ କାରି ପକାଇଥିଲା। ମୁଁ ବି ଏହି ଦୁଇ ଯୁବକଙ୍କୁ ଦେଖି ବେଶ୍ ଖୁସି ହୋଇଯାଇଥିଲି। କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଦୁଇ ଭାଇ ଆମ ଆଡକୁ ଚାହିଁଥିଲେ। ଦୂରରୁ ଥାଇ ଉଭୟ ଉଭୟଙ୍କୁ ସ୍ମିତହସଟିଏ ଦେଇଥିଲୁ। ଏହାପରେ ପାଖକୁ ଯାଇ କଥାବାର୍ତ୍ତା ହୋଇଥିଲୁ।
/sambad/media/post_attachments/wp-content/uploads/2018/02/download-26.jpg)
ଦୁଇ ଯୁବକ କହନ୍ତି, କିଛି ଦିନ ଉଭୟ ଉଭୟଙ୍କ ସହ କଥାବାର୍ତ୍ତା ହେବା ପରେ ଭଲ ପାଇ ବସିଥିଲୁ। ଏହପରେ ପ୍ରେମ ନିବେଦନ କରି ବିବାହ କରିବାକୁ ଯୋଜନା କରିଥିଲୁ। ଛୋଟବେଳେ ଆମେ ଦୁଇ ଭାଇ କଥା ହୋଇଥାଉ କି ଯଦି ବିବାହ କରିବା ତେବେ ଯାଆଁଳା ଭଉଣୀଙ୍କୁ ହିଁ। ତେବେ ଏହି କଥା ସତ ହେବାକୁ ଯାଉଛି। ଏହି ଖବର ପ୍ରଘଟ ହେବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛା ବର୍ତ୍ତା ଆସୁଛି। କେତେକ ଲୋକ ଆମର ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ମଧ୍ୟ କରୁଛି କି, କ’ଣ ତୁମେ କବେ ଦ୍ୱନ୍ଦ୍ୱରେ ପଡ଼ ନାହିଁ ଏହି ଦୁଇ ଭଉଣୀଙ୍କୁ ନେଇ। କିଏ ବ୍ରିଟନି ଓ କିଏ ବ୍ରାୟନା ? ଚଳିତ ବର୍ଷ ଅଗଷ୍ଟ ମାସରେ ଆମେ ବିବାହ କରିବାର ଯୋଜନା ରଖିଛୁ। ତେବେ ବିବାହ ସେହି ଟୁଇନ୍ବର୍ଗରେ କରିବାକୁ ଚାହୁଁଛୁ, ଯେଉଁଠାରେ ଆମର ପ୍ରଥମ ସାକ୍ଷାତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/main-twins-josh-jeremy-salyers-brittany-briana-deane-4-ht-jt-180217_16x9_992.jpg)
