ସଂସଦରେ ରିପୋର୍ଟିଂ କରିବାକୁ ଆସିଥିଲେ ମହିଳା ସାମ୍ବାଦିକ , ତାଙ୍କୁ ବାହାର କରିଦିଆଗଲା , ଜାଣନ୍ତୁ କାରଣ

କେନବରା: ଅଷ୍ଟ୍ରେଲିଆରେ ମହିଳାମାନେ ସ୍ଲିଭ୍‌ଲେସ ଟପ୍‌ (ଟି-ସାର୍ଟ) ପିନ୍ଧି ଫଟୋ ସୋସିଆଲ ମିଡିଆରେ ସେଆର କରୁଛନ୍ତି। କିନ୍ତୁ ଏଭଳି ପୋଷାକ ପିନ୍ଧି ଥିବା ଜଣେ ମହିଳା ସାମ୍ବାଦିକ ପୈଟ୍ରିସିୟା କାର୍ବେଲାସଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ପୈଟ୍ରିସିୟା ଛୋଟ ହାତ ଥିବା ଏକ ଟପ୍‌ ପିନ୍ଧି ଅଷ୍ଟ୍ରେଲିଆର ସଂସଦରେ ରିପୋର୍ଟିଂ କରିବାକୁ ଆସିଥିଲେ। କିନ୍ତୁ ସାଂସଦମାନେ ତାଙ୍କୁ ତାଙ୍କର ପୋଷାକ ଖୁବ୍‌ ଛୋଟ ବୋଲି କହି ସଂସଦରୁ ବାହାର କରିଦେଲେ। ଉକ୍ତ ମହିଳା ସାମ୍ବାଦିକଙ୍କର ଅଙ୍ଗର ଅନେକ ଅଂଶ ଦେଖାଯାଉଥିଲା।
ଏ ସଂପର୍କରେ ପୈଟ୍ରିସିୟା ଟ୍ଵିଟରରେ ଲେଖିଛନ୍ତି ଯେ ମୋତେ ଏଥିପାଇଁ ସଂସଦରୁ ବାହାର କରି ଦିଆଗଲା ଯେ ମୋର ହାତର ଅନେକ ଅଂଶ ଖୋଲା ଦେଖିବାକୁ ମିଳୁଥିଲା। ଏହା ମୁର୍ଖତା ଅଟେ। କିନ୍ତୁ ଆଟେଣ୍ଡାଣ୍ଟ କହିବା ପରେ ମୁଁ ବାହାରକୁ ଚାଲିଯିବା ଉଚିତ ମନେ କରିଲି। ମୋତେ ଲାଗୁଛି କି ଏହି ନିୟମ ଆଜିକା ହିସାବରେ ଠିକ୍‌ ନୁହେଁ।’
ଟ୍ଵିଟରରେ ଏହି ମାମଲା ନଜରକୁ ଆସିବା ପରେ ଅଷ୍ଟ୍ରେଲୀୟ ସରକାର କ୍ଷମା ଯାଚନା କରିଛନ୍ତି। ଖାଲି ସେତିକି ନୁହେଁ ଏହି ମାମଲାର ତଦନ୍ତ ଲାଗି ମଧ୍ୟ ସରକାର ଗ୍ରହଣ କରିଛନ୍ତି।ଏହାକୁ ସ୍ୱାଗତ କରିଛନ୍ତି ପୈଟ୍ରିସିୟା ।

ସମ୍ବନ୍ଧିତ ଖବର