ଯୁଦ୍ଧ ପରିସ୍ଥିତି ପାଇଁ ଚିକିତ୍ସା ସମ୍ଭବ ହୋଇ ପାରୁ ନ ଥିଲା, ଇରାକ୍‌ରୁ ଭାରତ ଆସି ନୂଆ ଜୀବନ ପାଇଲେ ଦୁଇ ଶିଶୁ

ନୂଆଦିଲ୍ଲୀ : ସୋମବାର ସାରା ଦେଶର ମୁସଲମାନ ଭାଇ-ଭଉଣୀମାନେ ଇଦ୍‌ ପାଳନ କରିଥିଲେ । ଏହି ଅବସରରେ ଦୁଇ ଶିଶୁ ଇରାକ୍‌ରୁ ଆସି ଭାରତରେ ଚିକିତ୍ସିତ ହେବା ଏବଂ ସଂପୂର୍ଣ୍ଣ ସୁସ୍ଥ ହେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଜଣେ ଶିଶୁର ସର୍ଜରି  କରି ତାକୁ ସୁସ୍ଥ କରିଥିବା ବେଳେ ଅନ୍ୟ ଶିଶୁକୁ ଔଷଧ ଦ୍ୱାରା ସୁସ୍ଥ କରିଥିବା ଜଣା ପଡ଼ିଛି । ଇରାକ୍‌ରେ ଯୁଦ୍ଧ ପରିସ୍ଥିତି ଲାଗି ରହୁଥିବାରୁ ଦୁହିଁଙ୍କ ଚିକିତ୍ସା ହୋଇ ପାରୁ ନ ଥିଲା । ଏମିତିକି ଦୁହିଁଙ୍କ ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଥିଲା । କିନ୍ତୁ ଭାରତ ଆସି ଚିକିତ୍ସା କରାଇବା ପରେ ଏବେ ଦୁହେଁ ସୁସ୍ଥ ହୋଇ ପାରିଛନ୍ତି ।

Image result for operation
The Spectator

ସୂଚନା ମୁତାବକ, ଇରାକ୍‌ର ବ୍ରିଗ୍‌ ହୋପ୍‌ ହ୍ୟୁମାନିଟାରିଆନ୍‌ ଓ ଦିଲ୍ଲୀର ଦିୟା ଇଣ୍ଡିଆ ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି । ଅସୁସ୍ଥ ଥିବା  ୨ ବର୍ଷର ଆଜାଦ ଖଲିଲ୍‌ ଓ  ୭ ବର୍ଷର ନବୀନ ୟାସିନ ଚିକିତ୍ସିତ ହୋଇଥିବା ଜଣା ପଡ଼ିଛି । ଦୁହେଁ ଗମ୍ଭୀର ହୃଦୟ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ଆଜାଦଙ୍କ ହୃଦୟର ଅଧା ଭାଗ ଛୋଟ ବେଳୁ  ନଥିବାରୁ ତାଙ୍କ ଶରୀର ନୀଳ ପଡ଼ିଯିବା ସହ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିଲା । ଏବେ ଆଜାଦଙ୍କ ସର୍ଜରି  କରାଯାଇ ତାଙ୍କର ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରାଯାଇଛି ।

ସମ୍ବନ୍ଧିତ ଖବର