ବେଙ୍ଗାଲୁର: ସବୁ ଲୋକଙ୍କ ସ୍ବପ୍ନ ସତ ହୋଇ ନଥାଏ। ମାତ୍ର ଏମିତି ବି କିଛି ଭାଗ୍ୟବାନ ଥାଆନ୍ତି, ଯାହାଙ୍କ ସ୍ବପ୍ନ ସତ ହେବାକୁ ବେଶି ସମୟ ଲାଗି ନଥାଏ। ଆମେ ଆଜି କହିବୁ ବେଙ୍ଗାଲୁରୁର ୨ ପିଲାଙ୍କ ବିଷୟରେ। ଯିଏକି କର୍କଟ ପରି ଏକ ସାଂଘାତିକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ଯୁଦ୍ଧ କରୁଥିବା ବେଳେ ନିଜ ସ୍ବପ୍ନକୁ ବି ପୂରା କରିବାର ସୁଯୋଗ ପାଇଛନ୍ତି।
ଏହି ୨ ଜଣ ହେଉଛନ୍ତି କେରଳର ମହମ୍ମଦ ସଲମନ୍ ଓ ବେଙ୍ଗାଲୁରୁର ମିଥିଲେଶ। ସେମାନଙ୍କ ସ୍ବପ୍ନ ହେଉଛି ବଡ଼ ହେଲେ ସେମାନେ ପୁଲିସ୍ ଅଧିକାରୀ ହୋଇଥାନ୍ତେ। ମାତ୍ର ଈଶ୍ବରଙ୍କ ଇଚ୍ଛା କିଛି ଅଲଗା ଥିଲା। ପାଠ ପଢ଼ିବା ତ ଦୂରର କଥା ସେମାନେ ଏବେ କର୍କଟ ସହ ଲଢ଼େଇ କରି କିଛି ଦିନ ଅଧିକ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି।
A humbling day as I stood in attention to DCPs for the day. Courageous children, who are fighting a difficult disease and we played a small part in making their wish come true, albeit for a few hours only. Happiness unlimited for them and satisfaction for us. pic.twitter.com/4oEFrDcPz9
— C K Baba. I.P.S (@DCPSEBCP) July 21, 2022
ସେମାନଙ୍କ ସ୍ବପ୍ନକୁ ସାକାର କରିଛି ବେଙ୍ଗାଲୁରର ଦକ୍ଷିଣ-ପୂର୍ବ ପୁଲିସ୍। ଦକ୍ଷିଣ-ପୂର୍ବ ପୁଲିସ୍ ଏହି ୨ ଜଣଙ୍କୁ କିଛି ସମୟ ପାଇଁ ଡେପୁଟି ପୁଲିସ୍ କମିସନର(ଡିସିପି) ବନାଇଛନ୍ତି। ଆଜ୍ଞା ହଁ, ଆପଣ ଠିକ୍ ଶୁଣୁଛନ୍ତି। ଏହି ୨ ଯୁବକଙ୍କୁ ପୁଲିସ୍ ପୋଷାକ ସହ ଡିସିପିଙ୍କ ସିଟ୍ରେ ବସିଥିବାର ବି ଦେଖିବାକୁ ମିଳିଛି।
ସେମାନଙ୍କ ଫଟୋକୁ ଟ୍ବିଟର୍ରେ ସେୟାର୍ କରିଛନ୍ତି ଦକ୍ଷିଣ-ପୂର୍ବ ଡିଭିଜନ ପୁଲିସ୍ର ଡିସିପି ସିକେ ବାବା। ଫଟୋରେ ୨ ଜଣ ଯାକ ପୁଲିସ୍ ପୋଷାକ ପିନ୍ଧିଥିବା ବେଳେ ଡିସିପି ନିଜେ ତାଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛନ୍ତି।