ନୂଆଦିଲ୍ଳୀ: ଦରମା ନେଇ ପ୍ରେମିକା ବନିବା କଥା କାହାଠାରୁ କେବେ ଶୁଣିଛନ୍ତି? ସବୁ ଚାକିରି ପାଇଁ ଦରମା ଅଛି। ମାତ୍ର ପ୍ରେମିକା ବନିବା ପାଇଁ ଦରମା ନେଉଥିବା କଥା କେବେ ଶୁଣିଛନ୍ତି? ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ବିଜ୍ଞାପନର ଏକ ପୋଷ୍ଟ୍ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି।
ଯୁବତୀ ଜଣକ ତାଙ୍କ ପୋଷ୍ଟ୍ରେ ତାଙ୍କର ୨ ବନ୍ଧୁଙ୍କ ପାଇଁ ପ୍ରେମିକା ଖୋଜି କରି ଏକ ବିଜ୍ଞାପନ ଦେଇଛନ୍ତି। ପ୍ରେମିକା ବନିବା ଝିଅକୁ ପ୍ରତିବଦଳରେ ଦରମା ବି ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ଦରମା ରହିଛି ୨ ଲକ୍ଷ ଟଙ୍କା। ବିଜ୍ଞାପନ ଦେଇଥିବା ମହିଳା ଜଣକ ଥାଇଲାଣ୍ଡ୍ର ବାସିନ୍ଦା ହୋଇଥିବା ବେଳେ ତାଙ୍କର ୨ ଚୀନୀ ବନ୍ଧୁଙ୍କ ପାଇଁ ସେ ବିଜ୍ଞାପନ ଦେଇଛନ୍ତି। ପୋଷ୍ଟ୍ରେ ଆହୁରି ବି କୁହାଯାଇଛି ଯେ ଯଦି ପ୍ରେମିକା ଭାବେ ଚାକିରି କରିବାରେ ସେମାନେ ନିଜକୁ ବେଶୀ ଭଲ ପ୍ରମାଣିତ କରିପାରିବେ ତ ମାସିକ ଦରମା ୨ ଲକ୍ଷ ଟଙ୍କାରୁ ବି ଅଧିକ କରି ଦିଆଯିବ।
ଫେସ୍ବୁକ୍ ବ୍ୟବହାରକାରୀ ଓକେ ମାଇ ମାଇ ଗତ ସପ୍ତାହରେ ଏହି ପୋଷ୍ଟ୍ କରିଥିଲେ। ତାଙ୍କ ପୋଷ୍ଟ୍ରେ ସେ ତାଙ୍କର ଚୀନ୍ ଅଧିବାସୀ ୨ ଜଣ ବନ୍ଧୁଙ୍କ ପାଇଁ ପ୍ରେମିକା ଖୋଜୁଥିବା କଥା ଉଲ୍ଲେଖ କରିଛନ୍ତି। ଏହି ଚାକିିରି ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦରକାର ବୋଲି ସେ ଉଲ୍ଲେଖ କରିଛନ୍ତି।
ତେବେ ପ୍ରେମିକା ବନିବା ପାଇଁ ରହିଥିବା ସର୍ତ୍ତ ମଧ୍ୟରେ କୌଣସି ପ୍ରକାରର ନିଶା ଗ୍ରହଣ କରୁ ନଥିବା, ବ୍ୟକ୍ତିଗତ ସମସ୍ୟା ନଥିବା ଓ ଚୀନୀ ଭାଷା କହି ପାରୁଥିବା ଆଦି ଯୋଗ୍ୟତାକୁ ରଖାଯାଇଛି ।