କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ୮୦ବର୍ଷର ପତି-ପତ୍ନୀ ହସ୍‌ପିଟାଲ୍‌ରେ ହାତରେ ହାତ ଛନ୍ଦି ଗୁଡବାଏ କହୁଥିବାର ଭିଡିଓ ସମସ୍ତଙ୍କୁ କନ୍ଦାଉଛି

ନୂଆଦିଲ୍ଲୀ: ବିବାହ ସମୟରେ ବର-କନ୍ୟାକୁ ଓ କନ୍ୟା-ବରକୁ ପ୍ରତିଟି ସୁଖଦୁଃଖରେ ହାତରେ ହାତ ଛନ୍ଦି ସାତଜନ୍ମ ସାଥୀ ହୋଇ ଚାଲିବେ ବୋଲି ବଚନ ଦେଇଥାଆନ୍ତି। ଏହାର ଏକ ବିରଳ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଏକ ଦମ୍ପତ୍ତି ହସ୍‌ପିଟାଲ ବିଛଣାରେ ହାତରେ ହାତ ଛନ୍ଦି ଗୁଡବାଏ କହୁଥିବାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

आखिरी सांस लेने से पहले पति-पत्नी ने थामा एक दूसरे का हाथ, ऐसे कहा अलविदा, Video देखकर आ जाएंगे आंसू
https://khabar.ndtv.com/

ଚୀନରେ କରୋନା ଭାଇରସ୍‌ ହେତୁ ଏଯାବତ ୪୨୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କରୋନା ଭାଇରସରେ ପୀଡ଼ିତ ଚାଇନାର ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଏହି ଦମ୍ପତି କରୋନା ଭାଇରସରେ ପୀଡ଼ିତ ଥ।ଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ସମୟରେ ଉଭୟେ ଶେଷଥର ପାଇଁ ପରସ୍ପରକୁ ଗୁଡବାୟ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ସମୟର ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଯେଉଁ ଲୋକ ବି ଦେଖିଥିଲେ ସେମାନେ କାନ୍ଦି ପକାଇଥିଲେ। ଇଣ୍ଟରନେଟରେ ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଟୁଇଟରରେ ଏହି ଭିଡିଓ ପୋଷ୍ଟ କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କପୁଲ ଅର୍ଥ କ’ଣ ହୋଇଥାଏ? କରୋନା ଭାଇରସର ଦୁଇଜଣ ରୋଗୀ ଆଇସିୟୁରେ ଦୁନିଆକୁ ଅଲବିଦା କହିଛନ୍ତି।

ଟୁଇଟର ବ୍ୟବହାରକାରୀ ଜିୟାଙ୍ଗ ଫେବ୍ରୁଆରି ୩ ତାରିଖରେ ଏହି ଭିଡିଓ ସେୟାର କରିଛନ୍ତି। ଏଯାବତ ଏହି ଭିଡିଓକୁ ୫ଲକ୍ଷରୁ ଅଧିକଲୋକ ଦେଖି ସାରିଲେଣି। ଏଥିସହିତ ୨୭ହଜାରରୁ ଅଧିକ ଲାଇକ୍‌ ଓ ୧୭ହଜାରରୁ ଅଧିକ ଥର ଏହି ଭିଡିଓକୁ ରି-ଟୁଇଟ କରାଯାଇ ସାରିଲାଣି। ଏହି ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଉଥିବା ଦେଖିବାକୁ ମିଳିଛି।

ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ଏହି ଭିଡିଓ ଦେଖି ବହୁତ କଷ୍ଟ ଲାଗିଲା। ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ବାହାରେ ଲାଗୁଛି। ଭିଡିଓ ସେୟାର କରିଥିବାରୁ ଧନ୍ୟବାଦ। ଆଉ ଜଣେ ବ୍ୟବହାର ଲେଖିଛନ୍ତି, ଦୁଃଖୀ କରିଦେଲା ଭଲି ଭିଡ଼ିଟିଏ। ଜୀବନର ଶେଷ ପର୍ଯ୍ୟନ୍ତ ଶେଷ ନହେବା ଭଳି ଭଲ ପାଇବା।

ସମ୍ବନ୍ଧିତ ଖବର