ନୂଆଦିଲ୍ଲୀ: କଥାରେ ଅଛି ଯୋଡ଼ି ଭଗବାନ ତିଆରି କରି ଥାଆନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମୁମିଦିବରାମରେ ଦେଖିବାକୁ ମିଳିଛି। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।
ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବରର ଉଚ୍ଚତା ୨ଫୁଟ ହୋଇଥିବା ବେଳେ କନ୍ୟାଙ୍କ ଉଚ୍ଚତା ୪ଫୁଟ। ବରକନ୍ୟା ଦୁଇଜଣ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର। ମାର୍ଚ୍ଚ ୩୧ରେ ଚର୍ଚ୍ଚାରେ ଥିବା ଏହି ବିବାହ ଉତ୍ସବରେ ଅନେକ ଅତିଥି ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।
ଉତ୍ସୁକତା ଓ ଉଲ୍ଲାସ ସହିତ ଅନେକ ସଂଖ୍ୟାରେ ଲୋକମାନେ ଏହି ବିବାହକୁ ଦେଖିବାକୁ ପହଞ୍ଚିଥିଲେ। ଏହି ସ୍ବତନ୍ତ୍ର ବିବାହକୁ ନେଇ ବର-ବଧୂଙ୍କ ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି।
ବର ଦେବରାପଲ୍ଲୀ ଶ୍ରୀନିବାସ ଗ୍ରାଜୁଏସନ ଯାଏଁ ପାଠ ପଢ଼ିଛନ୍ତି। ଶ୍ରୀନିବାସ ଗ୍ରାଜୁଏସନ ପାଠପଢ଼ା ଶେଷ କରିବା ପରେ ପରିବାରଲୋକେ ତାଙ୍କ ପାଇଁ କନ୍ୟା ଖୋଜିବା ଆରମ୍ଭ କରିଥିଲେ। ଏହାପରେ ସତ୍ୟ ଦୁର୍ଗାଙ୍କ ସହିତ ତାଙ୍କ ବିବାହ ସ୍ଥିର ହୋଇଥିଲା। ସତ୍ୟ ଦୁର୍ଗା ଅଷ୍ଟମଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି। ଦୁଇ ପରିବାର ଏହି ବିବାହ ସମ୍ପନ୍ନ ହୋଇଯିବା ପରେ ବହୁତ ଖୁସିରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy.jpg)