ମହାଦେବଙ୍କ ଭଜନକୁ ସୁମଧୁର ସ୍ବରରେ ଗାଇଲେ ଲୋକ ଗାୟକ, ମୋଦୀ ସେୟାର କରି କହିଲେ ଏଭଳି କଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହାକୁ ଦେଖି ଆମେ ଲୋକମାନଙ୍କ ପ୍ରତିଭାକୁ ଚିହ୍ନି ପାରିଥାଉ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିବା ସହିତ ନିଜେ ଏହି ଭିଡିଓକୁ ସେୟାର ବି କରିଛନ୍ତି।

ଏହି ଭିଡିଓରେ ଦୁଇଜଣ ଲୋକ ଗାୟକଙ୍କୁ ଦେଖିବାକୁ ମିଳୁଛି। ଯେଉଁଥିରେ ଦୁଇଜଣ ଯୁବକ ଭଗବାନ ଶିବଙ୍କ ଉପରେ ଆଧାରିତ ଏକ ଭଜନ  ଗାଉଛନ୍ତି। ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଟୁଇଟ କରିବା ସହିତ ଲେଖିଛନ୍ତି, ‘‘ବହୁତ ବଢ଼ିଆ।’’

 

ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବା ପରେ ଲୋକମାନେ ଉକ୍ତ ଦୁଇ ଲୋକଗାୟକଙ୍କୁ ଖବୁ ପ୍ରଶଂସା କରୁଛନ୍ତି। ଆପଣ ବି ଏହି ଦୁଇ ଲୋକ ଗାୟକଙ୍କ କଣ୍ଠରୁ ଶିବଙ୍କ ଭଜନ ଶୁଣିଲେ ମୁଗ୍ଧ ହୋଇଯିବେ। ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓକୁ ବାରମ୍ବାର ଦେଖିବା ସହିତ ସେୟାର ବି କରୁଛନ୍ତି।

ଦୁଇଲୋକ ଗାୟକଙ୍କୁ ନେଇ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ବି ଲୋକମାନେ ଦେଉଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ମାତ୍ର ୨୦ ଘଣ୍ଟା ମଧ୍ୟରେ  ୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ତେବେ କିଏ ଏହି ଦୁଇ ଯୁବକ, ଏମାନଙ୍କର ପରିଚୟ କ’ଣ ? ତାହା ଖବର ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ପାରି ନ ଥିଲା।

ସମ୍ବନ୍ଧିତ ଖବର