‘ପ୍ୟାଡ୍‍ମ୍ୟାନ୍‌’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଦୁଇ ସାଙ୍ଗ ଗଢ଼ିଲେ ପ୍ୟାଡ୍‍ଗ୍ୟାଙ୍ଗ୍‌,ମୋର ଫିଲ୍ମ କରିବା ସଫଳ ହୋଇଛି ବୋଲି କହିଲେ ଅକ୍ଷୟ କୁମାର

ଜଲନ୍ଧର : ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ତିଆରି ହୋଇ ସାରିଛି ଯାହା ସମାଜରେ ବାସ କରୁଥିବା ଲୋକମାନଙ୍କୁ ସଚେତନ କରାଇଛି । ଫିଲ୍ମକୁ ଦେଖି ଲୋକମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସୁଥିବାରୁ କିଛି ନିର୍ଦ୍ଦେଶକ ସମାଜରେ ଥିବା ଅସୁବିଧାକୁ ନିଜ ଫିଲ୍ମ ମାଧ୍ୟମରେ ଦର୍ଶାଉଛନ୍ତି । ପୂର୍ବରୁ ସେଭଳି ଫିଲ୍ମ ‘ଟଏଲେଟ୍‌ : ଏକ ପ୍ରେମ କଥା’ଏବଂ ‘ପ୍ୟାଡ଼୍‍ମ୍ୟାନ୍‌’ ଭଳି ଫିଲ୍ମ ତିଆରି ହେବା ସହ ଲୋକମାନଙ୍କ ମନରୁ ଭ୍ରମ ଦୂର କରିବା ପାଇଁ ଚେଷ୍ଟା କରାଯାଇଛି । ଫିଲ୍ମ ‘ପ୍ୟାଡ଼୍‍ମ୍ୟାନ୍‌’ରେ ବଲିଉଡ୍‌ର ଖିଲାଡ଼ି ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏବେ ଯାଇ ତାଙ୍କ ଫିଲ୍ମ ସଫଳ ହୋଇଛି ବୋଲି ସେ କହିଛନ୍ତି । ଜଲନ୍ଧରରେ ରହୁଥିବା ଦୁଇ ଜଣ ସାଙ୍ଗ ମିଶି ‘ପ୍ୟାଡ଼୍‍ମ୍ୟାନ୍‌’ ଫିଲ୍ମରୁ ଅନୁପ୍ରାଣିତ ହୋଇ ପ୍ୟାଡ଼୍‍ଗ୍ୟାଙ୍ଗ ବନାଇଥିବା ଜଣାପଡ଼ିଛି । ଦୁଇ ସାଙ୍ଗଙ୍କର ଏହି ପ୍ରୟାସ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

oneindia.com

ସୂଚନା ମୁତାବକ, ଜଲନ୍ଧରରେ ରହୁଥିବା ଜାହ୍ନବୀ ସିଂ ଏବଂ ଲାବଣ୍ୟ ଜୈନ୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ପ୍ୟାଡ଼୍‍ମ୍ୟାନ୍‌ ଦେଖିବା ପରେ ଗରିବ ଯୁବତୀ ଏବଂ ମହିଳାମାନେ ଭୋଗୁଥିବା ଅସୁବିଧାକୁ ଅନୁଭବ କରିଥିଲେ । ଯାହା ପାଇଁ ସେମାନେ ଖରାଦିନ ଛୁଟିରେ ନିଜ ସାଙ୍ଗମାନଙ୍କ ସହ ମିଶି ପ୍ୟାଡ଼୍‍ଗ୍ୟାଙ୍ଗ୍‌ ଗଢ଼ିବା ସହ ପାଖାପାଖି ୫ହଜାର ପ୍ୟାଡ଼୍‍ ତିଆରି କରି ବସ୍ତି ଅଞ୍ଚଳରେ ରହୁଥିବା ମହିଳାଙ୍କୁ ବାଣ୍ଟିଥିଲେ । ଅନ୍ୟ ପକ୍ଷରେ ଅକ୍ଷୟ କୁମାରଙ୍କୁ ଏ ବିଷୟରେ ସୂଚନା ମିଳିବା ପରେ ସେ ନିଜ ଟ୍ଵିଟର ଏବଂ ଫେସ୍‌ବୁକ୍‌ ଆକାଉଣ୍ଟକୁ ଯାଇ ଜାହ୍ନବୀ ସିଂ ଏବଂ ଲାବଣ୍ୟ ଜୈନ୍‌ଙ୍କର ଖୁବ୍‌ ପ୍ରଶଂସା କରିଥିଲେ । ସବୁ ବେଳେ ମୋତେ ଲୋକ ପଚାରନ୍ତି ତୁମେ କାହିଁକି ‘ଟଏଲେଟ୍‌ : ଏକ ପ୍ରେମ କଥା’ ଏବଂ ‘ପ୍ୟାଡ଼୍‍ମ୍ୟାନ୍‌’ ଭଳି ଫିଲ୍ମ କରୁଛ । ଆଜି ସେମାନଙ୍କୁ ସେମାନଙ୍କ ଉତ୍ତର ମିଳି ଯାଇଥିବ କହି ପୋଷ୍ଟ କରିଥିଲେ ଅକ୍ଷୟ କୁମାର ।

ସମ୍ବନ୍ଧିତ ଖବର