ଚାଷୀ ଘରକୁ ହଠାତ ପଶିଗଲା ଦୁଇମୁହାଁ ସାପ, ଆଉ ତା’ପରେ..

ନୂଆଦିଲ୍ଲୀ: ଚୀନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଚାଷୀଙ୍କ ଘର ଭିତରକୁ ଦୁଇମୁହାଁ ସାପ ପଶି ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯାହାକୁ ଦେଖି ଚାଷୀ ଭୟଭୀତ ହୋଇପଡିଥିଲେ। ଦୁଇଟି ମୁହଁ ଥିବା ସାପର ଏହି ଭିଡିଓ ଟୁଇଟରରେ ବି ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି କି ଦୁଇମୁହଁ ଥିବା ସାପ ଚଟଣାରେ ଚାଲୁଛି ଓ ଲୋକମାନେ ତାହାର ଏକ ଭିଡିଓ ବନାଉଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଚୀନର ହେବିର ସେନଜହୋଉ ସହରରେ ବାସବାସ କରୁଥିବା ଜଣେ ଚାଷୀଙ୍କ ଘର ଭିତରକୁ ଆକସ୍ମିକ ଭାବେ ଏକ ଦୁଇମୁହାଁ ସାପ ପଶି ଆସିଥିଲା। ଏବଂ କିଛି ସମୟ ଭିତର ତାହା ପୁଣି ଆପଣାଛାଏଁ ବାହରି ଯାଇଥିଲା। ଏହି ସାପକୁ ଦେଖି କିଛି ଲୋକ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଲୋକ ଏଭଳି ସାପ ପ୍ରଥମ ଥର ପାଇଁ ଦେଖିଥିବା କହିଥିଲେ।

 

ଅକ୍ଟୋବର ୨୩ରେ ସେୟାର କରାଯାଇଥିବା ଏହି ଭିଡିଓକୁ ଏଯାବତ ୨୧ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୩୦୦ରୁ ଅଧିକ ଲାଇକ୍‌ ଓ ୧୦୦ରୁ ଅଧିକ ରି-ଟୁଇଟ ମିଳି ସାରିଛନ୍ତି।

ସମ୍ବନ୍ଧିତ ଖବର