କୁକୁଡ଼ା ଛୁଆକୁ ଖାଇବାକୁ ୨ ଭୋକିଲା ସାପଙ୍କ ଭିତରେ ଲଢ଼େଇ, ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓ: ସାପମାନେ ସାଧାରଣତଃ ଚାଷ ଜମି କିମ୍ବା କୁକଡ଼ା ଭାଡ଼ିରେ ପଶି କୁକୁଡ଼ା ମାରି ଖାଉଥିବାର ଦୃଶ୍ୟ ଆପଣ ଦେଖିଥିବେ ନିଶ୍ଚୟ। ପୂର୍ବରୁ ଆମେ ଅନେକ ଭାଇରାଲ୍‌ ଭିଡିଓ ସବୁ ଦେଖିଛେ। ନିକଟରେ ଇଣ୍ଟର୍‌ନେଟ୍‌ରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦୁଇଟି ସାପ କୁକୁଡ଼ା ଛୁଆକୁ ଖାଇବାକୁ ମୁହଁରେ ଧରି ନେଉଥିବା ଦେଖିବାକୁ ମିଳିଛି। ଅଧିକାଂଶ ସମୟରେ କୁକୁଡ଼ା ଭାଡ଼ିରେ ସାପ ପଶିଥିବାର ବି ଆପଣ ଦେଖିଥିବେ। ସାପ ଉଭୟ କୁକୁଡ଼ା ଓ ଅଣ୍ଡା ଖାଇଥାନ୍ତି।

ବେଳେ ବେଳେ ସାପମାନେ ବଡ଼ କୁକୁଡ଼ାକୁ ବି ଖାଉଥିବାର ଦେଖିବାକୁ ମିଳିଥାନ୍ତି। ସବୁ ସମୟୟରେ ବଡ଼ କୁକୁଡ଼ାକୁ ଖାଇ ସାପ ଭଲ ଭାବେ ହଜମ କରିପାରିନଥାନ୍ତି। ସେମାନେ ମୁଖ୍ୟତଃ କୁକୁଡ଼ା ଛୁଆ ବା ଯାହାକୁ ଆମେ ଚିଆଁ ବୋଲି କହୁଛେ, ତାହାକୁ ଖାଇବାକୁ ପସନ୍ଦ କରିଥା‌ନ୍ତି।  ଭାଇରାଲ୍‌ ହୋଇଥିବା ଭିଡିଓରେ ସାପଟି ୨ଟି କୁକୁଡ଼ା ଛୁଆକୁ ଧରି ନେଉଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by 🐍SNAKE WORLD🐍 (@snake._.world)

ଭାଇରା‌ଲ୍‌ ଭିଡିଓରେ ଦେଖିବାକୁ ମିଳିଛି ବନ୍ଦୀ କରାଯାଇ ରଖାଯାଇଥିବା ଦୁଇଟି ସାପକୁ କୁକୁଡ଼ା ଛୁଆ ଖାଇବାକୁ ଦିଆଯାଉଛି। ଭିଡିଓଟିକୁ କିଛି ଦିନ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଥିଲା। ଭିଡିଓଟିକୁ ଇନ୍‌ଷ୍ଟାର ସ୍ନେକ୍‌ ୱାର୍ଲଡ ପେଜ୍‌ରେ ସେୟାର କରାଯାଇଛି।

ସମ୍ବନ୍ଧିତ ଖବର