ଆମେରିକାରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତୀୟ ଦୁଇ ଭାଇ-ଭଉଣୀ

ମାସିକ ରୋଜଗାର ୨୭ଲକ୍ଷ ଟଙ୍କା

ଟେକ୍ସାସ : ଆମେରିକାରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତୀୟ ଦୁଇ ଭାଇ-ଭଉଣୀ।। ଯେଉଁ ବୟସରେ ପିଲା ଖେଳକୁଦରେ ସମୟ ବିତାଉଛନ୍ତି, ଫୋନରେ ମାତିଛନ୍ତି ସେହି ସମୟରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଭାରତର ଦୁଇ କୁନି ପିଲା । କ୍ରିପ୍ଟୋ କରେନ୍ସି କଥାତ ଆପଣ ନିଶ୍ଚୟ ଜାଣିଥିବେ । କ୍ରିପ୍ଟୋ ମାଇନ କରିବା ବହୁ କଷ୍ଟକର ବ୍ୟାପାର ହୋଇଥାଏ । କିନ୍ତୁ ଆମେରିକାରେ ରହୁଥିବା ଦୁଇ ଭାରତୀୟ ଭାଇ ଭଉଣୀ ଏହି ଭ୍ରମକୁ ଦୂର କରିଛନ୍ତି । ୧୪ବର୍ଷର ଭାଇ ଇଶାନ୍ ଠକ୍କର ଏବଂ ୯ବର୍ଷର ଭଉଣୀ ଅନନ୍ୟା ଠକ୍କର କ୍ରିପ୍ଟୋ କରେନ୍ସି ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।

ସୂଚନା ଅନୁଯାୟୀ, ଇଶାନ୍ ଏବଂ ଅନନ୍ୟା କ୍ରିପ୍ଟୋ କରେନ୍ସି ମାଇନ କରିବା ୟୁଟ୍ୟୁବ୍‌ରୁ ଶିଖିଛନ୍ତି । ଯେତେବେଳେ କରୋନା ପାଇଁ ସ୍କୁଲ ଛୁଟି ରହିଥିଲା ସେତେବେଳେ ଦୁଇ ଭାଇ ଭଉଣୀ ୟୁଟ୍ୟୁବ୍‌ରୁ କ୍ରିପ୍ଟୋ କରେନ୍ସି ବିଷୟରେ ତଥ୍ୟ ସଂଗ୍ରହ କରିବା ଏବଂ ଏଥିରୁ କିପରି ଟଙ୍କା ରୋଜଗାର କରାଯାଇପାରିବ ଶିଖିଥିଲେ ।

ଚଳିତ ବର୍ଷ ଦୁଇ ଭାଇ-ଭଉଣୀ ପ୍ରଥମ କରି କ୍ରିପ୍ଟୋ କରେନ୍ସିରେ ଟ୍ରେଣ୍ଡିଂ କରିବା ଆରମ୍ଭ କରିଥିଲେ । ପ୍ରଥମ ମାସରେ ଇଶାନ୍ ଏବଂ ଅନନ୍ୟା ୩ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୨୨୫ଟଙ୍କା ରୋଜଗାର କରିଥିଲେ । ତା’ ପର ମାସରେ ଏକ ହଜାର ଡଲାର ରୋଜଗାର କରିଥିଲେ । ଏତିକିରେ ଦୁଇ କୁନି ଭାଇ ଭଉଣୀ ଅଟକିନଥିଲେ । ଏପ୍ରିଲ ମାସ ୨୦୨୧ ନିଜର କମ୍ପାନୀ ‘ଫ୍ଲଫର ଟେକ୍ନୋଲୋଜି’ ଆରମ୍ଭ କଲେ । ଏବେ ଏହି ଦୁଇ ଭାଇ-ଭଉଣୀ କ୍ରିପ୍ଟୋ କରେନ୍ସି ମାଇନିଂରେ ମାସକୁ ୨୭ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆମେରିକାର ଟେକ୍ସାସରେ ବସବାସ କରୁଥିବା ଇଶାନ୍ ହାଇସ୍କୁଲରେ ପାଠ ପଢୁଛନ୍ତି । ୟୁପିଏନରେ ମେଡିସିନ୍ ପାଠ ପଢିବାକୁ ଲକ୍ଷ୍ୟ ରଖିଛନ୍ତି । ସେହିଭଳି ତାଙ୍କ ସାନ ଭଉଣୀ ଅନନ୍ୟା ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ବେଳେ ନ୍ୟୁୟୋର୍କ ୟୁନିଭର୍ସିଟିରେ ମେଡିକାଲ ପଢିବାକୁ ସ୍ୱପ୍ନ ରଖିଛନ୍ତି ।

ସମ୍ବନ୍ଧିତ ଖବର