ତିରୁଅନନ୍ତପୁରମ୍: କରୋନା ଭାଇରସ୍ ହେତୁୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସହ ଅନେକ ଭଲ ଘଟଣା ବି ଘଟୁଛି। ଏହି ଖରାପ ସମୟରେ ଅନେକ ଲୋକ ନିଜର ମାନବିକତା ଦେଖାଇ ଚର୍ଚ୍ଚା ପାଲଟୁଛନ୍ତି।
କେରଳର କସୋରଗଡ଼ ଜିଲ୍ଲାର ଦୁଇଟି ସ୍କୁଲ୍ ଦୁଇ ବାସହରରା ଭାଇଭଉଣୀଙ୍କ ପାଇଁ ଘର କରିବାର ନିଷ୍ପତ୍ତି ନେଇ ଚର୍ଚ୍ଚା ପାଲଟିଛି। ବାପା ନଥିବା ଏହି ଭାଇଭଉଣୀ ପ୍ରବଳ ବର୍ଷା ହେତୁ ନିଜର ଘର ହରାଇବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ। ଶେଷରେ ତ୍ରିକରିପୁର ବିଧାୟକ ଏମ୍ ରାଜାଗୋପାଲ୍ ଏହି ନୂଆ ଘରର ଚାବି ଭାଇ ସୁଜିତ୍ ଏମ୍(୧୪) ଓ ଭଉଣୀ ନବେଦିୟା ଏମ୍(୧୨)ଙ୍କୁ ଦେଇଛନ୍ତି।
/sambad/media/post_attachments/wp-content/uploads/2020/07/thelede_2020-01_55dfae04-6d36-4469-91a1-c10eb5b3c6e3_floods-300x169.jpg)
ଶନିବାର କୟୁର-ଚେମେନ୍ନି ପଞ୍ଚାୟତର ପୋଡାଭୁର୍ଠାରେ ବିଧାୟକ ଭାଇଭଉଣୀଙ୍କୁ ତାଙ୍କ ନୂଆ ଘରର ଚାବି ସମର୍ପିଛନ୍ତି। ୨୦୧୮ ମସିହା ଜୁଲାଇ ମାସରେ କେରଳରେ ପ୍ରବଳ ବର୍ଷା ହୋଇ ସେମାନଙ୍କ ଘର ଭାଙ୍ଗି ଯିବା ପରେ ଭାଇଭଉଣୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତାଙ୍କ ଦୁଃଖ ସହିନପାରି ଦୁଇ ସ୍କୁଲ୍ ତାଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ।
ଦୁଇ ଭାଇଭଉଣୀ ଦୁଇ ଭିନ୍ନ ସ୍କୁଲ୍ରେ ପାଠ ପଢ଼ନ୍ତି। ସୁଜିତ୍ କେଲାପାଜି ମେମୋରିୟାଲ୍ ଭୋକେସ୍ନାଲ୍ ହାୟର ସେକେଣ୍ଡାରି ସ୍କୁଲ୍ର ଛାତ୍ର ଥିବା ବେଳେ ନବେଦିୟା ହେଉଛନ୍ତି ପୋଡାଭୁର୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ।
୪୯୦ ବର୍ଗ ଫୁଟ୍ରେ ହୋଇଥିବା ଏହି ଘରେ ୨ଟି ଶୋଇବା ଘର, ଗୋଟାଏ ରୋଷେଇ ଘର, ଗୋଟାଏ ହଲ୍ ଏବଂ ଗାଧୁଆ ଘର ଅଛି। ଏହା ପିଛେ ସମୁଦାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।