ଦୁଇ ମହିଳାଙ୍କୁ ପରସ୍ପରଙ୍କ ସ୍ବାମୀଙ୍କ ସହ ହେଲା ପ୍ରେମ; ପିଲାଙ୍କ ସହ ପ୍ରେମିକାଙ୍କୁ ଗ୍ରହଣ କଲେ ଉଭୟ ପ୍ରେମିକ

ଦୁଇ ମହିଳାଙ୍କୁ ପରସ୍ପରଙ୍କ ସ୍ବାମୀଙ୍କ ସହ ହେଲା ପ୍ରେମ; ପିଲାଙ୍କ ସହ ପ୍ରେମିକାଙ୍କୁ ଗ୍ରହଣ କଲେ ଉଭୟ ପ୍ରେମିକ

ପାଟ୍‌ନା: ବିହାରର ଖଗଡ଼ିଆରେ ଅଜବ ପ୍ରେମୀଙ୍କ ଗଜବ କାହାଣୀ ଶୁଣିବାକୁ ମିଳିଛି। ଏପରି ଘଟଣା ଆପଣ ଆଗରୁ କେବେ ବି ଦେଖି ନଥିବେ। ଦୁଇ ମହିଳାଙ୍କୁ ପରସ୍ପରଙ୍କ ସ୍ବାମୀ ସହ ପ୍ରେମ ହେବା ପରେ ଏବେ ସେମାନେ ପୁଣି ଥରେ ନିଜ ମନ ପସନ୍ଦର ସାଥୀଙ୍କୁ ବିବାହ କରି ସାରିଛନ୍ତି। ତେବେ ସବୁଠାରୁ ଭଲ କଥା ହେଉଛି ୨ ଜଣ ଯାକ ପ୍ରେମିକ ସେମାନଙ୍କ ପ୍ରେମିକାଙ୍କ ସହ ସେମାନଙ୍କ ପୂର୍ବ ସ୍ବାମୀର ପିଲାଙ୍କୁ ବି ଗ୍ରହଣ କରିଛନ୍ତି। ଏହି ବିବାହ ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନାରୁ ପ୍ରକାଶ ଯେ ଚୌଥମ ଥାନାର ହରଦିଆ ଗାଁର ନୀରଜ କୁମାର ସିଂହଙ୍କ ବିବାହ ୨୦୦୯ ମସିହାରେ ପସରହା ଗାଁର ରୁବି ଦେବୀଙ୍କ ସହ ହୋଇଥିଲା। ଏହା ମଧ୍ୟରେ ନୀରଜଙ୍କର ୪ ପିଲାପିଲି ହୋଇ ସାରିଛନ୍ତି। ହେଲେ ରୁବି ଦେବୀଙ୍କର ନିଜ ବାପଘର ଗାଁର ମୁକେଶ କୁମାର ସିଂହଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଲା। ମୁକେଶ ବି ବିବାହିତ ଥିଲେ। ‌ଗତବର୍ଷ ମୁକେଶ ନୀରଜଙ୍କ ପତ୍ନୀ ରୁବି ଦେବୀଙ୍କୁ ନେଇ ଘରୁ ପଳାଇ ଯାଇଥଲେ।

publive-image www.aajtak.in

ସଂଯୋଗକୁ ମୁକେଶଙ୍କ ପତ୍ନୀଙ୍କ ନାମ ବି ରୁବି ଦେବୀ। ନିଜ ସ୍ତ୍ରୀ ତାଙ୍କୁ ଛାଡ଼ି ମୁକେଶଙ୍କ ସହ ପଳାଇବା ପରେ କୌଣସି ମ‌‌ତେ ମୁକେଶଙ୍କ ପତ୍ନୀ ରୁବୀ ଦେବୀଙ୍କ  ଫୋନ୍‌ ନମ୍ବର ଯୋଗାଡ଼ କଲେ ନୀରଜ। ଉଭୟ ଉଭୟଙ୍କୁ ସମବେଦନା ଦେଉ ଦେଉ ପରେ ନୀରଜ ଓ ମୁକେଶଙ୍କ ପତ୍ନୀ ରୁବିଙ୍କ ଭିତରେ ପ୍ରେମ ହୋଇଗଲା। ଶେଷରେ ନୀରଜ ବି ରୁବିଙ୍କୁ ତାଙ୍କର ଏକ ଝିଅ ସହ ଗ୍ରହଣ କରି ବିବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe