ନିଜ ନାଆଁରେ ଦୁଇଟି ପିପିଏଫ୍‌ ଆକାଉଣ୍ଟ ରଖିଲେ ଭୋଗିପାରନ୍ତି ଏହି ଦଣ୍ଡ !

ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ସବୁଠାରୁ ଲୋକପ୍ରିୟ ନିଶ୍ଚିତ ଆୟ ନିବେଶ। ପିପିଏଫ୍‌ ଖାତା ଧାରକ ରୂପେ ଏହା ସୁନିଶ୍ଚିତ ହୋଇଥାଏ ଯେ ଆପଣଙ୍କ ଖାତାର ମାଚ୍ୟୁରିଟି ୧୫ ବର୍ଷ ଯାଏଁ ରହେ। ହେଲେ ମନେ ରଖନ୍ତୁ ଆପଣ ନିଜ ନାଆଁରେ ଦୁଇଟି ପିପିଏଫ୍‌ ଆକାଉଣ୍ଟ ରଖିପାରିପାରିବେ ନାହିଁ। ଯଦି ସେଭଳି ହେବାର ଦେଖିବାକୁ ମିଳିଲା,ତେବେ ଆପଣଙ୍କୁ ଆର୍ଥିକ ଦଣ୍ଡ ଗଣିବାକୁ ପଡ଼ିବ। ତା’ଛଡା ଏହାର ଲାଭ ବି ଆପଣଙ୍କୁ ମିଳି ନପାରେ।
ଏଣୁ ଜଣଙ୍କ ନାଆଁରେ କେବଳ ଗୋଟିଏ ପିପିଏଫ୍‌ ଖାତା ଖୋଲାଯିବା ଉଚିତ। ଯଦି ଭୁଲବଶତଃ ଖୋଲିଥାନ୍ତି ଆଉ ଗୋଟିଏ ଖାତା, ତେବେ ତା’କୁ ତୁରନ୍ତ ବନ୍ଦ କରିବା ଉଚିତ। ଯଦି କୌଣସି ବ୍ୟକ୍ତି ଜଏଣ୍ଟ ଏକାଉଣ୍ଟରେ ପିପିଏଫ୍‌ ଖୋଲିଥାନ୍ତି, ତେବେ ତାକୁ ବି ଅନିୟମିତ ଘୋଷିତ କରାଯାଇପାରେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଯଦି ଜଣେ ଦୁଇଟି ଖାତା ଖୋଲିଥିବେ,ତେବେ ତାଙ୍କର ଯାଞ୍ଚ ପ୍ରକ୍ରିୟା ଶେଷ ହେବା ଯାଏଁ କୌଣସି ସୁଧ ମିଳିବ ନାହିଁ। ଯଦି କେହି ପନ୍ଦର ବର୍ଷ ପୂର୍ବରୁ ପିପିଏଫ୍‌ ଏକାଉଣ୍ଟ୍‌ ବନ୍ଦ କରିବାକୁ ଚାହାଁନ୍ତି, ତେବେ ଅତିକମ୍‌ରେ ପାଞ୍ଚ ବର୍ଷ ଯାଏଁ ଏହି ଖାତାକୁ ଚାଲୁ ରଖିବାକୁ ପଡିବ। ଆପଣ ଯଦି ନିଜର ପିପିଏଫ୍‌ ଖାତା କୌଣସି ଏକ ବ୍ୟାଙ୍କରେ ଖୋଲିଛନ୍ତି ଓ ତାକୁ ଟ୍ରାନ୍‌ସଫର୍‌ କରିବାକୁ ଚାହାଁନ୍ତି,ତାହା ବି ସମ୍ଭବ।

ସମ୍ବନ୍ଧିତ ଖବର