ଗୋଟିଏ ଦିନରେ ଶେଷନିଶ୍ବାସ ତ୍ବାଗ କଲେ ଦୁଇଭାଇ

ନୂଆଦିଲ୍ଲୀ: ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେବା ସହିତ ସମ୍ପର୍କ ଭାଙ୍ଗିବାର ଅନେକ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ରାଜସ୍ଥାନର ସିରୋହିର ଦୁଇ ଭାଇଙ୍କର କାହାଣୀ ଚର୍ଚ୍ଚାରେ ରହିଛି। ସିରୋହିରେ ଦୁଇ ଭାଇଙ୍କ ଗୋଟିଏ ଦିନରେ ବିବାହ ହୋଇଥିବା ବେଳେ ମୃତ୍ୟୁ ବି ସମାନ ଦିନରେ ହୋଇଛି। ଦୁଇ ଭାଇଙ୍କ ଏହି କାହାଣୀ ସିରୋହିରେ ଆଲୋଚନାର ବିଷୟ ପାଲଟିଛି।

ସିରୋହିର ଦୁଇ ଭାଇ ରାୱତାରାମ ଏବଂ ହିରାରାମ ଦୁହିଁଙ୍କ ଜନ୍ମ ଭିନ୍ନଭିନ୍ନ ବର୍ଷରେ ହୋଇଥିଲା। କିନ୍ତୁ ଉଭୟ ଗୋଟିଏ ଦିନରେ ବିବାହ କରିଥିଲେ । ନିକଟରେ ୭୫ବର୍ଷ ବୟସରେ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ୯୦ବର୍ଷ ବୟସରେ ସମାନ ଦିନରେ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଦୁଇ ଭାଇଙ୍କୁ ଏକାଠି ସମ୍ପର୍କୀୟମାନେ ଶବଦାହ କରିଥିଲେ।

ଭିଖାରାମ କହିଛନ୍ତି ଯେ ତାଙ୍କ ପିତା ଏବଂ ଦାଦା ହିରାରାମଙ୍କ ମଧ୍ୟରେ ଗଭୀର ସ୍ନେହ ରହିଥିଲା। ଉଭୟଙ୍କ ପରିବାରରେ ୧୧ ଭାଇଭଉଣୀ ଅଛନ୍ତି । ଜ୍ୟେଷ୍ଠ ଥିଲେ ରାୱତରାମ ଦେବାସି। ରାୱତରାମଙ୍କ ମୃତ୍ୟୁର ୧୫ମିନିଟ୍ ପରେ ସାନଭାଇ ହିରାରାମଙ୍କ ମଧ୍ୟ ଦେହାନ୍ତ ହୋଇଥିଲା।

 

ସମ୍ବନ୍ଧିତ ଖବର