ନୂଆଦିଲ୍ଲୀ: ଟୋଙ୍କ ଜିଲ୍ଲାରେ ଜଣେ ଯୁବକ ଦୁଇଜଣ ଯୁବତୀଙ୍କୁ ଖବୁ ଧୁମଧାମରେ ବିବାହ କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଯୁବକଙ୍କ ନାମ ହରିଓମ ବିଣା ବୋଲି ଜଣାପଡ଼ିଛି। ତେବେ ସେ ଯେଉଁ ଦୁଇଜଣ ଯୁବତୀଙ୍କୁ ବିବାହ କରିଛନ୍ତି ସେମାନେ ଦୁଇଭଉଣୀ ଥିବା କୁହାଯାଉଛି।

Advertisment

ସୂଚନାଯୋଗ୍ୟ, ଉନିୟାରା ଉପଖଣ୍ଡର ମୋରଝାଲାର ଝୋପଡ଼ିଆ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଯୁବକ ହରିଓମ କହିଛନ୍ତି,‘ ପରିବାରଲୋକ ମୋର ବିବାହ ପାଇଁ ଯୁବତୀ ଖୋଜୁଥିଲେ। ଏହି ସମୟରେ ବାବୁଲାଲ ମିଣାଙ୍କ ବଡ଼ ଝିଅଙ୍କ ସହିତ ମୋର ପ୍ରସ୍ତାବ ପଡ଼ିଥିଲା।

ମୁଁ ‌ଯେତେବେଳେ ତାଙ୍କୁ ଦେଖିବାକୁ ଯାଇଥିଲି ସେ ମୋ ସାମ୍ନାରେ ଏକ ପ୍ରସ୍ତାବ ରଖିଥିଲେ ଆଉ କହିଥିଲେ କି, ‘‘ମାନସିକ ଭାବେ ଦୁର୍ବଳ ଥିବା ତାଙ୍କ ସାନ ଭଉଣୀଙ୍କୁ ସେ ବହୁତ ସ୍ନେହ କରନ୍ତି। ତେଣୁ ସେ ସେହି ଯୁବକଙ୍କୁ ବିବାହ କରିବେ ଯିଏ ଦୁଇଭଉଣୀଙ୍କୁ ବିବାହ ପାଇଁ ରାଜି ହେବ‌େ।’’

ପ୍ରଥମେ ମୁଁ ତାଙ୍କ ପ୍ରସ୍ତାବ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଆଉ ତାଙ୍କୁ ପଚାରିଥିଲି ତୁମେ ଏଭଳି ନିଷ୍ପତ୍ତି କାହିଁକି ନେଉଛି? ସେ ମୋତେ କହିଥିଲେ, ‘‘ କି ତାଙ୍କର ଯଦି ବିବାହ ହୋଇଯାଏ ତେବେ ମାନସିକ ସ୍ତରରେ ଦୁର୍ବଳ ଥିବା ତାଙ୍କ ସାନ ଭଉଣୀର ଯତ୍ନ ନେବାକୁ କେହି ନାହାନ୍ତି। ଆଉ ବିବାହ ପରେ ତ ଶାଶୁଘରୁ ସବୁବେଳେ ଆସି ଭଉଣୀକୁ ଦେଖିବା ସମ୍ଭବ ନୁହେଁ। ଆଉ ତାଙ୍କୁ ବି ଯଦି କିଏ ବିବାହ କରନ୍ତି ସେ ଚଳି ପାରିବ ନାହିଁ। ତେଣୁ ସେ ତାଙ୍କ ସହିତ ରହିଲେ ଦେଖାଶୁଣା କରିବା ସହିତ ତାକୁ ବି ସ୍ବାମୀ ସହିତ ପରିବାର ବି ମିଳିଯିବ।’’

ଯୁବତୀଙ୍କ ଏହି ପ୍ରସ୍ତାବକୁ ଦୁଇ ପରିବାର ବିଚାର କରିବା ପରେ ରାଜି ହୋଇଥିଲେ। ଆଉ ନିମନ୍ତ୍ରଣ ପତ୍ର ଛପାଯାଇ ଧୁମଧାମରେ ବିବାହ ହୋଇଥିଲା।’