ବାଇକରେ ୫ ଦିନରେ ୩,୮୨୫ କିଲୋମିଟର ଯାତ୍ରା କଲେ ଏହି ଦୁଇ ମହିଳା

ନୂଆଦିଲ୍ଲୀ : ଭାରତରେ ମହିଳାମାନେ ଯଦିଓ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସବୁ କ୍ଷେତ୍ରରେ କାର୍ଯ୍ୟ କଲେଣି ତଥାପି ଆମ ସମାଜରେ କିଛି ପ୍ରତିବନ୍ଧକ ରହିଛି। ଏବେ ଭାରତୀୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅମୃତା କାଶିନାଥ ଏବଂ ଶୁଭ୍ରା ଆଚାର୍ଯ୍ୟ । ଏହି ଦୁଇ ମହିଳା ଏକ ବାଇକରେ ୧୨୯ ଘଣ୍ଟା ମଧ୍ୟରେ ୩,୮୨୫ କିଲୋମିଟର ଯାତ୍ରା କରି ନିଜର ନାମ ଲିମକା ବୁକ୍‌ ଅଫ ରେକର୍ଡ଼ରେ ପଞ୍ଜିକୃତ କରିଛନ୍ତି । ଦୁହେଁ ଭାରତରେ ମହିଳାଙ୍କ ସାହାସିକତାର ପ୍ରମାଣ ଦେବା ସହ ବାଇକର୍ସମାନଙ୍କ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ।

INDIA TIMES

ଏହି ସଫଳତା ବିଷୟରେ ଅମୃତା କହିଛନ୍ତି, ‘ମୁଁ କେବେ ମଧ୍ୟ ଏଭଳି ସଫଳତା ମିଳିବ ବୋଲି ଭାବି ନଥିଲି । ଆମେ ଦୁହେଁ ମିଶି କେବଳ ଏହି ଯାତ୍ରାକୁ ଯେତେ ସମ୍ଭବ ସେତେ କମ୍‌ ସମୟ ମଧ୍ୟରେ ଶେଷ କରିବାକୁ ଚେଷ୍ଟା କରିଥିଲୁ । ଆମେ ଦୁହେଁ ଦେଶ ମଧ୍ୟରେ ପ୍ରାୟ ୨ ଲକ୍ଷ କିଲୋମିଟର ଯାତ୍ରା କରିସାରିଛୁ । ଏହା ସହ ଆମେ ଭୁଟାନ ଏବଂ ଶ୍ରୀଲଙ୍କା ମଧ୍ୟ ଯାତ୍ରା କରିଛୁ । ଏବେ ଆମେ ମାଙ୍ଗେଲିଆ ଯାତ୍ରା କରିବୁ ବୋଲି ପ୍ରସ୍ତୁତ ହେଉଛୁ।’ 

india times

ଅମୃତା ଏବଂ ଶୁଭ୍ରା ବିଭିନ୍ନ ସ୍ଥାନକୁ ବାଇକ ଯୋଗେ ଯାତ୍ରା କରିବାକୁ ଭଲ ପାଆନ୍ତି । ସେମାନେ ଯାତ୍ରା ସମୟରେ ହେଉଥିବା ବାଧାବିଘ୍ନର ସାମ୍ନା କରିବାକୁ ଭୟ କରନ୍ତି ନାହିଁ । କିନ୍ତୁ ତାଙ୍କୁ ଯାତ୍ରା ସମୟରେ ଶୋଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତାଙ୍କୁ ବହୁତ କଷ୍ଟରେ ୫ ଘଣ୍ଟା ଶୋଇବା ପାଇଁ ସମୟ ମିଳିଥାଏ । ଦୁହେଁ ବାଇକରେ ଯାତ୍ରା କରି ଭାରତ ଏବଂ ବାହାରେ ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର