ଜୀବନ ସାଥୀ ହେବେ ଦୁଇ ମହିଳା ଡାକ୍ତର, ନାଗପୁରରେ ନିର୍ବନ୍ଧ ପରେ ଏବେ ଗୋଆରେ କରିବେ ବିବାହ

ନୂଆଦିଲ୍ଲୀ: ପ୍ରେମ ଆଗରେ ଦୁନିଆଁର ସବୁ ପ୍ରତିବନ୍ଧକ ହାର ମାନିଛି । ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି ଶେଷରେ ପ୍ରେମର ହିଁ ବିଜୟ ହୋଇଥାଏ । ଏମିତି ଏକ ଅପ୍ରତ୍ୟାଶିତ ପ୍ରେମକୁ ନେଇ ଏବେ ଚର୍ଚ୍ଚା । ଏମିତି ପ୍ରେମ ଯାହାକୁ ସହଜରେ ଗ୍ରହଣ କରିପାରେନା ଆମ ସମାଜ । ତଥାପି ସମାଜର ନିନ୍ଦାକୁ ଭୃକ୍ଷେପ ନକରି ସାତ ଜନମ ପାଇଁ ସାଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି ଦୁଇ ପ୍ରେମୀ । ସେ ପୁଣି ଦୁଇ ଝିଅ । ଦୁଇଜଣ ପେସାରେ ଡାକ୍ତର । ମହାରାଷ୍ଟ୍ର ନାଗପୁରର ଏହି ଦୁଇ ମହିଳା ଡାକ୍ତରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ ଭାବେ ବାଛିନେଇଛନ୍ତି । ଏହି ଦୁଇ ମହିଳା ଡାକ୍ତର ନିକଟରେ ନିର୍ବନ୍ଧ କରିସାରିଥିବା ସହ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣାପଡ଼ିଛି ।

ପ୍ରଥମ ଦେଖାରେ ପ୍ରେମ, ତା ପରେ ନିର୍ବନ୍ଧ ଏବଂ ଏବେ ହେବ ବିବାହ । ହେଲେ କୌଣସି ପୁଅ ଝିଅଙ୍କ ମଧ୍ୟରେ ନୁହେଁ ବରଂ ଦୁଇ ଝିଅଙ୍କ ମଧ୍ୟରେ । ଦୁଇଜଣ ଡାକ୍ତର । ମହାରାଷ୍ଟ୍ର ନାଗପୁରରେ ଗତ ସପ୍ତାହରେ ଦୁଇ ମହିଳା ଡାକ୍ତରଙ୍କ ନିର୍ବନ୍ଧକୁ ନେଇ ଏବେ ଚାରିଆଡେ ଆଲୋଚନା । ଦୁହେଁ ସାରା ଜୀବନ ଏକାଠି ବାଟ ଚାଲିବାକୁ ନେଇଛନ୍ତି ଶପଥ । ନିର୍ବନ୍ଧ ପରେ ଏବେ ବିବାହ ପାଇଁ କରୁଛନ୍ତି ପ୍ରସ୍ତୁତି । ଏହି ଦୁଇ ମହିଳା ହେଉଛନ୍ତି ଡାକ୍ତର ପାରୋମିତା ମୁଖାର୍ଜୀ ଓ ଡାକ୍ତର ସୁରଭି ମିତ୍ରା ।

Maharashtra Two Women Doctors In A Commitment Ring Ceremony Nagpur Planning  Wedding In Goa | Women Doctor's Ring Ceremony: दो महिला डॉक्टर्स बनेंगी  जीवनसाथी, नागपुर में की 'रिंग सेरेमनी', गोवा ...

ପୁଅଙ୍କ ପରି ଦେଖାଯାଉଥିବା ଡାକ୍ତର ପାରୋମିତା କୁହନ୍ତି ୨୦୧୩ ମସିହାରେ ତାଙ୍କର ବାପା, ମା’ ତାଙ୍କର ଜେଣ୍ଡର ଓରିଏଣ୍ଟେସନ୍ ବିଷୟରେ ଜାଣିଥିଲେ । ହେଲେ ସେମାନେ ଯେତେବେଳେ ତାଙ୍କ ଝିଅ ବନ୍ଧୁୁଙ୍କ ସହ ବିବାହ କଥା ଶୁଣିଲେ ମାନସିକ ଆଘାତ ପାଇଥିଲେ । କିନ୍ତୁ ଅନେକ ବୁଝାସୁଝା କରିବା ପରେ ସେମାନେ ଏହି ବିବାହ ପାଇଁ ସହମତି ଦେଇଥିଲେ । ଅନ୍ୟପଟେ ଡାକ୍ତର ସୁରଭି ମିତ୍ରାଙ୍କ ପରିବାର ଲୋକେ ଏହି ବିବାହ କଥା ଶୁଣି ତାଙ୍କୁ ସମର୍ଥନ କରିଥିଲେ । ପରୋମିତାଙ୍କ ସହ ବିବାହ କଥା ଶୁଣି ବେଶ ଖୁସି ହୋଇଥିଲେ ସୁରଭିଙ୍କ ପରିବାର । ଡାକ୍ତର ସୁରଭି ଜଣେ ମନୋସ୍ତତ୍ବବିତ୍ । ତେଣୁ ଜଣେ ମନସ୍ତତ୍ତ୍ୱବିତ ହିସାବରେ ଜୀବନକୁ ଦ୍ୱନ୍ଦ୍ୱରେ ନପକାଇ ଏପରି ଏକ ବଡ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଚିତ ମନେ କରିଥିବା କୁହନ୍ତି ସୁରଭି ।

ସମ୍ବନ୍ଧିତ ଖବର